ETV Bharat / state

ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ ପରିବାର ଲୋକେ

ଘଷିପୁରା ଥାନା ଅନ୍ତର୍ଗତ କୁଣ୍ଡକୋଟ ଗ୍ରାମରେ ଘଟିଥିବା ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶନିବାର ପରିବାର ଲୋକେ ଏସ୍‌ପିଙ୍କୁ ଭେଟିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 13, 2019, 7:54 PM IST

କେନ୍ଦୁଝର: ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ଘଟଣାରେ ଏସ୍‌ପିଙ୍କୁ ଭେଟିଲେ ପରିବାର ଲୋକେ । ଘଷିପୁରା ଥାନା ଅନ୍ତର୍ଗତ କୁଣ୍ଡକୋଟ ଗ୍ରାମରେ ଘଟିଥିବା ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶନିବାର ପରିବାର ଲୋକେ ଏସ୍‌ପିଙ୍କୁ ଭେଟିଛନ୍ତି।

ପରିବାରର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଦିନ ଦ୍ୱିପ୍ରହରେ ଖୁଲମଖୁଲା ଜଙ୍ଗଲରେ ବୁଲୁଛନ୍ତି । ଏହାଛଡା ସେମାନେ ରାତିରେ ଘରକୁ ଆସୁଛନ୍ତି ବୋଲି ମଧ୍ୟ ରାମଚନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏପରିକି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରଠାରେ ଥିବା ଏକ ବିୟୁଟି ପାର୍ଲରରେ କାମ କରୁଥିବା ନେଇ ସ୍ବର୍ଗତ ରାମଚନ୍ଦ୍ରଙ୍କ ଝିଅ ମିନାରାଣୀ ବେହେରାଙ୍କ ସମେତ ଅନ୍ୟମାନେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ତେବେ ଅଭିଯୁକ୍ତ ନିର ପୃଷ୍ଟି, ଆଲୋକ ପୃଷ୍ଟି, ଅରୁଣ ପୃଷ୍ଟି, ସଞ୍ଜିତ ପୃଷ୍ଟିଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଏସପିଙ୍କୁ ଅନୁରୋଧ କରିଛନ୍ତି। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.