କେନ୍ଦୁଝର: ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବଡବିଲ-ପୁରୀ ଇଣ୍ଟରସିଟି ଟ୍ରେନ୍ ମେ ୫ ତାରିଖରୁ ପୁନଃ ଚଳାଚଳ ହେବ । ଏହାକୁ ନେଇ ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଏହି ଟ୍ରେନ୍ ଚଳାଚଳ ପାଇଁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଦାବି ହୋଇଥିଲା ।
୧୫ ଦିନ ମଧ୍ୟରେ ବଡବିଲ-ପୁରୀ ଇଣ୍ଟରସିଟି ଟ୍ରେନ୍ ଚଳାଚଳ ନକଲେ ରେଳରୋକ ଆନ୍ଦୋଳନ କରିବାକୁ ଧମକ ଦେଇଥିଲା କେନ୍ଦୁଝର ନାଗରିକ ମଞ୍ଚ । ଏହାକୁ ନେଇ ସାଂସଦ, ବିଧାୟକ ତଥା ଅନ୍ୟ ନେତାମାନେ ବ୍ୟକ୍ତିଗତ ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିଲା । ତେବେ ଏହି ଟ୍ରେନ ଚଳାଚଳ ସ୍ବାଭାବିକ ହେବା ନେଇ ଘୋଷଣା ପରେ ଜିଲ୍ଲାବାସୀ ମନରେ ଖୁସି ଜାହିର କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ