ETV Bharat / state

ଦିବ୍ୟାଙ୍ଗଙ୍କ ପ୍ରେରଣା, ଟ୍ରାଇ ସାଇକେଲରେ ବେପାର କରି ପରିବାର ପୋଷୁଛନ୍ତି ହୃଷିକେଶ - dibyanga hrusikesh

ରାତିପାହିଲେ ସମସ୍ତଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଟ୍ରାଇ ସାଇକେଲରେ ଆରମ୍ଭ ହୁଏ ହୃଷିକେଶଙ୍କ ଯାତ୍ରା । ଆଉ ତାଙ୍କ ସ୍ନେହବୋଳା ଡାକ ସମସ୍ତଙ୍କୁ ଟାଣି ଆଣେ ତାଙ୍କ ପାଖକୁ । ହେଲେ ସମସ୍ତଙ୍କୁ ଆପଣାର କରିପାରୁଥିବା ଏହି ମଣିଷଟିର ଜୀବନ ଯାତ୍ରା ଏତେ ସହଜ ନୁହେଁ । ଅଧିକ ଖବର ପଢନ୍ତୁ...

dibyanga hrusikesh
ଦିବ୍ୟାଙ୍ଗଙ୍କ ପ୍ରେରଣା:ଟ୍ରାଇ ସାଇକେଲରେ ପରିବାର ପୋଷୁଛନ୍ତି ହୃଷିକେଶ
author img

By

Published : Dec 4, 2019, 12:02 AM IST

ଆନନ୍ଦପୁର: ଆଜି (ମଙ୍ଗଳବାର) ହେଉଛି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ । ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଛି । ହେଲେ ଆଜି ଆମେ ଏମିତି ଜଣେ ଦିବ୍ୟାଙ୍ଗଙ୍କ କଥା କହିବୁ ଯିଏ ସରକାରୀ ସାହାଯ୍ୟକୁ ନଅନାଇ ସଙ୍ଘର୍ଷ କରି ଚାଲିଛନ୍ତି । ଆଉ ତାଙ୍କ ପାଖରେ ଫେଲ ମାରିଛି ଦଇବର ବିଡମ୍ବନା । ଜୀବନ ଖେଳରେ ନହାରି ସେ ସଙ୍ଘର୍ଷ କରିଚାଲିଛନ୍ତି ।

ଦିବ୍ୟାଙ୍ଗଙ୍କ ପ୍ରେରଣା:ଟ୍ରାଇ ସାଇକେଲରେ ପରିବାର ପୋଷୁଛନ୍ତି ହୃଷିକେଶ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ହୃଷିକେଶ ସାହୁ। ବୟସ ୬୭ବର୍ଷ । ଆଜକୁ ୨୭ ବର୍ଷ ତଳେ ସେ ଗାଡ଼ି ଡ୍ରାଇଭର ଭାବେ କାମ କରି ପରିବାର ପୋଷଣ କରୁଥିଲେ । ହେଲେ ଦଇବ ସହିଲା ନାହିଁ । ଗାଡ଼ି କାମ କରୁଥିବା ସମୟରେ ଖସିଯିବାରୁ ଗାଡି ତଳେ ଚାପି ହେବା ସହ ସବୁଦିନ ହରାଇଲେ ଗୋଡ ।

ଆରୋଗ୍ୟ ପାଇଁ ହୃଷିକେଶ 2 ବର୍ଷ ମେଡିକାଲରେ ଚିକିତ୍ସିତ ହେଲେ ସତ କିନ୍ତୁ ସବୁଦିନ ପାଇଁ ଅଚଳ ହୋଇଗଲେ। ଚିକିତ୍ସା ପାଇଁ ପାଖରେ ଥିବା ସବୁ ସମ୍ଭଳ ଶେଷ ହୋଇଯିବା ପରେ ଘରେ ଚୁଲି ଜଳିବା ବି ବନ୍ଦ ହୋଇଗଲା । ଏପଟେ ବାପା ନଥିବାରୁ ଅସହାୟ ମା ଦୁଃଖ ସହିନପାରି ଟ୍ରାଇ ସାଇକେଲରେ ବେପାର ଆରମ୍ଭ କଲେ ହୃଷିକେଷ । ବିଧବା ମା, ଭଉଣୀକୁ ମିଶାଇ ହୃଷିକେଶଙ୍କ ଏକ ଅଭାବୀ ସଂସାର ।

ଯାହା ବେପାର କରି ଆଣୁଛନ୍ତି 3 ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳିଯାଉଛନ୍ତି । ହେଲେ ବିଡମ୍ବନାର ବିଷୟ ଯେ ସରକାର ୩୦୦ଟଙ୍କା ଭତ୍ତା ଦେଇ ଚୁପ ବସିଗଲେ । ହୃଷିକେଶଙ୍କୁ ଏଯାଏଁ ବି ମିଳିନି ଘରଟିଏ ? କିନ୍ତୁ ସେ କଦାପି କାହା ପାଖରେ ଆପତ୍ତି ଅଭିଯୋଗ କରିନାହାନ୍ତି । ଆଜି (ମଙ୍ଗଳବାର) ବିଶ୍ବ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିବା ସହ ମାଳମାଳ ଯୋଜନା କରୁଥିବା ବେଳେ କେନ୍ଦୁଝରର ଏହି ଦିବ୍ୟାଙ୍ଗ ହୃଷିକେଷକୁ ଭୁଲିଗଲେ ସମସ୍ତେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:0312_AND_PKG_DIBYANGA_Pkg_anandpur
For_district_member

ଆଙ୍କର-ଆଜି ହେଉଛି ଅନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ। ଏଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ହୋଇଥାଏ ଦିବ୍ୟଙ୍ଗ ମାନଙ୍କୁ ସମାଜରେ ବଞ୍ଚିବା ପାଇଁ। ଏମିତି ଜଣେ ଦିବ୍ୟଙ୍ଗ କଥା କହିବୁ ସରକାରୀ ସାହାଯ୍ୟକୁ ନଅନାଇ ସଙ୍ଘର୍ଷ କରିଚାଲିଛନ୍ତି ତାଙ୍କ ପାଖରେ ଫେଲ ମାରିଛି ଦଇବ ର ବିଡମ୍ବନା। ଜୀବନ ଖେଳରେ ହରିନାହିଁ ସେ ସଙ୍ଘର୍ଷ କରିଚାଲିଛି। କେବେ ନିଜକୁ ଅସହାୟ ଭାବିନାହିଁ କି ଅକ୍ରମଣ୍ୟ ଭାବି ହାରାସ ହୋଇନାହିଁ। ସାତ ଖଣ୍ଡ ଗାଁ ର ମା, ବୋହୁ ମାନଙ୍କ ପାଖରେ ସେ ପ୍ରିୟ ପାତ୍ର ହୋଇପାରିଛି ନାରଙ୍ଗପୁର ଗାଁ ର ହୃଷିକେଶ ସାହୁ। ଦେଖିବା ଈଟିଭି ଭାରତ ର ଏଇ ସ୍ପେଶାଲ ରିପୋର୍ଟ

ଭିଓ-୧-କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ଏ ହେଉଛନ୍ତି ହୃଷିକେଶ ସାହୁ । ବୟସ ୬୭ବର୍ଷ । ଆଜକୁ ୨୭ ବର୍ଷ ତଳେ ସେ ଗାଡ଼ି ଡ୍ରାଇଭର ଭାବେ କାମ କରି ପରିବାର ପୋଷଣ କରୁଥିଲେ। ଦଇବ ସଇଲା ନାହିଁ। ଗାଡ଼ି କାମ କରୁଥିବା ସମୟରେ ଜଗ ଖସିଯିବାରୁ ଗାଡି ତଳେ ଚାପି ହୋଇଗଲେ ଭଲ ହେବାପାଇଁ ଯାହା ଜମିବାଡ଼ି ଥିଲା ବିକ୍ରୀ କରି ଔଷଧ ଖର୍ଚ୍ଚ କରିଥିଲେ। ଦୀର୍ଘ ୧ବର୍ଷ ପରେ ଭଲ ହେଲେ ସିନା ହେଲେ ଗୋଡ ଗୁଡିକ କିଛି କାମ କଲାନାହିଁ। ଖଟିଆ ରେ ପଡିରହିଲେ। ଘରେ ଯାହା କଂସା ବାସନ ଥିଲା ବିକ୍ରି କରି କିଛିଦିନ ଚାଲିଥିଲେ। ତା ପରେ ରୋଜଗାର ନଥିବାରୁ ଦିନେ ଚୁଲି ଜଳିଲେ ଦୁଇଦିନ ଉପାସ ରେ ରହିଲେ। ବାପା ନଥିବାରୁ ଅସହାୟ ମା ଦୁଃଖ ସହିନପାରି ମାହାଜନ ଠାରୁ କରଜ ଆଣି ମୁଢି ବେପାର କରି ବହୁ କଷ୍ଟରେ ପରିବାର ଚଲାଇଥିଲା। ହେଲେ ମା ର ବୟସ ହେବାରୁ ଆଉ ମୁଢି ବେପାର କରିପାରିଲା ନାହିଁ । ନିଜ ଅକ୍ଷମତା ପାଇଁ ଭାଙ୍ଗି ପଡୁଥିଲେ ହୃଷିକେଶ। କିନ୍ତୁ ବୁଦ୍ଧି ଦିଶିଲା କିଛି ସହୃଦୟ ଲୋକମାନଙ୍କ ପରାମର୍ସ କରି ସରକାରଙ୍କ ଠାରୁ ପାଇଥିବା ହୁଇଲି ଗାଡ଼ିରେ ବେପାର କଲେ। ଏବଂ ଧୀରେ ଧୀରେ ସତ ଖଣ୍ଡ ଗାଁ ରେ ପ୍ରିୟ ଭାଜନ ହୋଇପାରିଲେ। ସେ ଦିନରୁ ସେ ଆଉ ପଛକୁ ନଚାହିଁ ସଙ୍ଘର୍ଷ କରିଚାଲିଲେ।

ବାଇଟି-୧-ବବିତା ମଲିକ୍,ସ୍ଥାନୀୟ ବାସିନ୍ଦା
ବାଇଟି-୨-ବଳରାମ ମଲିକ୍, ସ୍ଥାନୀୟ ବାସିନ୍ଦା

ଭିଓ-୨-ପରିବାର କହିଲେ ବିଧବା ମା ,ଭଉଣୀ କୁ ମିଶାଇ ୩ପ୍ରାଣୀ କୁଟୁମ୍ବ। ଏଇ ବେପାର କରି ଆଉ ଧାର କରଜ କରି ଭଉଣୀ ର ବାହାଘର କଲେ। କଷ୍ଟେ ମଷ୍ଟେ ଦିନ ତାଙ୍କର ଚାଲିଲା। ହେଲେ ବିଡମ୍ବନା ର ବିଷୟ ଏହିକିଜେ ସରକାର ୩୦୦ଟଙ୍କା ଦେଇ ଚୁପ ବସିଗଲେ। ସେ ଭଙ୍ଗା ଘରେ ରହୁଥିବା ବେଳେ ନା ତାଙ୍କୁ ମିଳିଛି ଇନ୍ଦିରା ଆବାସ ଘର ନା ତାକୁ ସାମିଲ କରାଗଲା ବିଜୁ ପକା ଘର ଯୋଜନାରେ ? କିନ୍ତୁ ସେ କଦାପି ଆପତ୍ତି ଅଭିଯୋଗ କରିନାହାନ୍ତି କାହା ପାଖରେ।

ବାଇଟି-୩-ହୃଷିକେଶ ସାହୁ, ପୀଡିତ
ବାଇଟି-୪-ତ୍ରିଲୋଚନ ଦାଶ, ସ୍ଥାନୀୟ ବାସିନ୍ଦା

ପିଟିସି ଦିଆ ଯାଇଛି
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.