କେନ୍ଦୁଝର: ଦଶ ଦଫା ଦାବିରେ ଶ୍ରମିକଙ୍କ ବିକ୍ଷୋଭ । ନିର୍ମାଣ ଶ୍ରମିକଙ୍କ ଦଶ ଦଫା ଦାବି ନେଇ କେନ୍ଦୁଝରରେ ଗୁରୁବାର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରଦର୍ଶନ କରାଯାଇଛି ।
ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକଙ୍କ ଟଙ୍କା ଶ୍ରମ କାର୍ଯ୍ୟାଳୟରେ ପଡି ରହୁଛି । ଏହାସହ ସେମାନଙ୍କ ସହାୟତା ଯନ୍ତ୍ରାଂଶ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉ ନାହିଁ । ଶ୍ରମ କାର୍ଡ ଗୁଡିକ ପୁନଃ ପଞ୍ଜିକରଣ ହୋଇ ନ ଥିବାରୁ ସେମାନଙ୍କ କୋରୋନା ରାଶି 1500 ଟଙ୍କା ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଛି ଓଡ଼ିଶା କ୍ଷେତବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ । ଏହିଭଳି ଦଶ ଦଫା ଦାବି ନେଇ ସଂଗଠନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଦାବିଗୁଡି଼କୁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ