ETV Bharat / state

କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନକୁ ବିରୋଧ କରୁଛି କୃଷକ ସଙ୍ଗଠନ । କେନ୍ଦୁଝର ଜିଲ୍ଲାରେ କୃଷି ଆଇନ ପ୍ରତ୍ୟାହାର ଦାବି କରି ବିକ୍ଷୋଭ ପ୍ରର୍ଦଶନ ହୋଇଛି । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
author img

By

Published : Dec 30, 2020, 2:16 PM IST

କେନ୍ଦୁଝର: କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନ ବିରୋଧରେ ସାରା କୃଷକ ସଙ୍ଗଠନ । କେନ୍ଦୁଝର ଜିଲ୍ଲାରେ କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ବିକ୍ଷୋଭ ପ୍ରର୍ଦଶନ କରିଛି ଭାରତ ଟ୍ରେଡ ୟୁନିୟନ କେନ୍ଦ୍ର ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି ସହ ଦୀର୍ଘ 29 ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଚାଲୁ ରହିଛି। ଏହି ଆନ୍ଦୋଳନକୁ ସମର୍ଥନ କରି ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନ ବେଳେ ମୃତ୍ୟୁ ହୋଇଥିବା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ସହ ଦିନକୁ ଦିନ ବଢି ଚାଲିଥିବା ଦର ଦାମକୁ ନିୟନ୍ତ୍ରିତ କରିବା ଏବଂ 2020 ବିଦ୍ୟୁତ ବିଲକୁ ପ୍ରତ୍ୟାହାର ଆଦି ଦାବି କରାଯାଇଛି ।

ଆଜିର ବିକ୍ଷୋଭରେ ସିଆଇଟିୟୁୁ ଓ ଓଡ଼ିଶା କୃଷକ ସଭା ସହ ପାଚିକା ସଙ୍ଗଠନ ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୃଷି ଆଇନ ତୁରନ୍ତ ପ୍ରତ୍ୟାହର ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.