ETV Bharat / state

ତାତିଲେ ମହିଳା, ତେଜିଲା ମଦ ବିରୋଧୀ ଆନ୍ଦୋଳନ - ମଦକୁ ନା

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ୨୦ ନଂ ଜାତୀୟ ରାଜପଥ ଜରଦା ଓଭରବ୍ରିଜ୍ ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ ମହିଳା ।

କେନ୍ଦୁଝରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ
author img

By

Published : Nov 15, 2019, 7:08 PM IST

Updated : Nov 15, 2019, 8:02 PM IST

ଆନନ୍ଦପୁର: ରାଜ୍ୟରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ୨୦ ନଂ ଜାତୀୟ ରାଜପଥ ଜରଦା ଓଭରବ୍ରିଜ୍ ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ ଗାଁର ମହିଳା । ଏହାସହ ମଦ ଦୋକାନ ଭାଙ୍ଗିବାକୁ ମହିଳାମାନେ ଉଦ୍ୟମ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରୋକିଥିଲା ।

କେନ୍ଦୁଝରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଏହି ମଦ ଦୋକାନରୁ ମଦ ପିଇ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ଅସଭ୍ୟ ଭାଷା ପ୍ରୟୋଗ କରି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏନେଇ ମହିଳାମାନେ ରାମଚନ୍ଦ୍ରପୁର ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ପୁଣି ମଦ ବିକ୍ରି ହେବାରୁ ଆନ୍ଦୋଳନ ତୀବ୍ରତର ହେଇଥିଲା । ଶେଷରେ ଏସଡିପିଓ ବିଦ୍ୟୁତ ଚଦ୍ର ପଣ୍ଡା ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର :କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ମହିଳା ମାନଙ୍କ ଦ୍ଵାରା ତେଜିଲା ମଦ ବିରୋଧି ଆନ୍ଦୋଳନ । ୨୦ ନଂ ଜାତୀୟ ରାଜପଥ ଜରଦା ଓଭରବ୍ରିଜ୍ ନିକଟରେ ଥିବା ବିଦେଶୀ ମଦ ଦୋକାନ କୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିବା ସହ ମଦ ଦୋକାନ ଭାଙ୍ଗିବାକୁ ମହିଳା ମାନେ ଉଦ୍ୟମ କରିଥିଲେ ପୋଲିସ ତାଙ୍କୁ ରୋକିଥିଲା । ଏହି ମଦ ଦୋକାନ ରୁ ଲୋକ ମାନେ ମଦ ପିଇ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ଅଶଭ୍ୟ ଭାଷା ପ୍ରୟୋଗ କରି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏନେଇ ଆନ୍ଦୋଳନ କାରୀ ମହିଳା ମାନଙ୍କୁ ରାମଚନ୍ଦ୍ରପୁର ଥାନା ଅଧିକାରୀ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ମଦ ବିକ୍ରି ହେବାରୁ ଆନ୍ଦୋଳନ ତୀବ୍ରତର ହେଇଥିଲା ଶେଷରେ ଏସଡିପିଓ ବିଦ୍ୟୁତ ଚଦ୍ର ପଣ୍ଡା ଆନ୍ଦୋଳନ କାରୀ ମାନଙ୍କୁ ବୁଝାସୁଝା କରିବା ସହ ଜିଲ୍ଲା ପାଳ ଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା।
ବାଇଟ-୧- ଆନ୍ଦୋଳନ କାରୀ
ବାଇଟ-୨- ଆନ୍ଦୋଳନ କାରୀ
ବାଇଟ-୩-ଆନ୍ଦୋଳନ କାରୀ
ବାଇଟ-୪- ରାଜେନ୍ଦ୍ର ସ୍ୱାଇଁ- ଥାନା ଅଧିକାରୀ ରାମଚନ୍ଦ୍ରପୁରBody:XConclusion:X
Last Updated : Nov 15, 2019, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.