ETV Bharat / state

କେନ୍ଦୁଝରରେ ବାତ୍ୟା ମୁକାବିଲା ସଫଳ କହିଲେ ଜିଲ୍ଲାପାଳ

author img

By

Published : May 28, 2021, 6:55 PM IST

ସାମ୍ବାଦିକ ସମ୍ମିଳନୀରେ ବନ୍ୟା ସ୍ଥିତିର ସମୀକ୍ଷା । ଜିଲ୍ଲାରେ ସଠିକ୍ ଭାବରେ ବାତ୍ୟାର ମୁକାବିଲା କରାଯାଇଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କେନ୍ଦୁଝର ଜିଲ୍ଲାରେ ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ସାମ୍ବାଦିକ ସମ୍ମିଳନୀ

କେନ୍ଦୁଝର: ୟସ ପ୍ରଭାବରେ ଜିଲ୍ଲା ଦରବାର ହଲ୍ ଠାରେ ଗତ ୨୬ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାତ୍ୟା ପ୍ରଭାବରେ ଜିଲ୍ଲାରେ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ପ୍ରଦାନ କରିଛନ୍ତି । ଗତ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଦେଇ ୟସର ଗତିପଥ ଏସଆରସିଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ପାଇବା ପରେ ଜିଲ୍ଲାର ୧୨ ଟି ବ୍ଲକରେ ମୁକାବିଲା କରିବା ନେଇ ପଦକ୍ଷେପ ନିଆଯାଇଥିଲା ।

ଜିଲ୍ଲାରେ ଏହାର ମୁକାବିଲା ପାଇଁ ସର୍ବାଧିକ ୨୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଯାହାକି ପୂର୍ବରୁ କେବେ ହୋଇନାହିଁ । ଏଥିପାଇଁ ପାଇଁ ୫ ଶହରୁ ଉର୍ଦ୍ଧ୍ବ ଆଶ୍ରୟସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ କରାଯାଇଥିଲା । ଏହି ୟସର ପ୍ରଭାଵରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ୟସ ପ୍ରଭାବରେ ବୈତରଣୀରେ ହୋଇଥିବା ପ୍ରଥମ ବନ୍ୟାରେ ହାଟଡ଼ିହି ବ୍ଲକର ଆୟତପୁର ପଞ୍ଚାୟତ ବିପଦ ସଂକୁଳ ଅବସ୍ଥାରେ ଥିଲା । ତାହାର ମୁକାବିଲା କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା ।

ବୈତରଣୀ ନଦୀରେ ସର୍ବାଧିକ ୩୯. ୪୯ ଜଳପ୍ରବାହ ହୋଇଥିଲା । ଯାହାକି ଆଜି ସତର୍କ ସୂଚନା ତଳେ ଥିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ପ୍ରାଥମିକ ସ୍ତରରେ ୫୨୧ ହେକ୍ଟର ଚାଷଜମି କ୍ଷୟକ୍ଷତି ହୋଇଥିବା ବେଳେ ଅଧିକ ଆକଳନ ହେଉଥିବା ଜିଲ୍ଲାପାଳ କହିଛନ୍ତି । ଏହି ୟସରେ ୧୧୪୨ ଘର ଆଂଶିକ ଭାଙ୍ଗିଥିବା ବେଳ ୧୩ ଟି ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ୪୬୫ଟି ବିଦ୍ୟୁତ ଖୁଣ୍ଟ ଓ ୨୦୪ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ସମସ୍ତ ସୂଚନାକୁ ସଠିକ ଭାବରେ ଅନୁପାଳନ କରାଯାଇଥିବାରୁ ଜିଲ୍ଲାରେ ୟସର ମୁକାବିଲା ଠିକ ଭାବେ ହୋଇଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.