ETV Bharat / state

ତେଲକୋଇରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, ଭାରରେ 4 କିମି ବୁହାହେଲେ ଗର୍ଭବତୀ - keonjhar Pregnant Woman issue

ତେଲକୋଇ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । 4 କିମି ଭାରରେ ବୁହାହେଲେ ଗର୍ଭବତୀ । ଅଧିକ ପଢନ୍ତୁ...

ତେଲକୋଇରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, 4 କିମି ଭାରରେ ବୁହାହେଲେ ଗର୍ଭବତୀ

author img

By

Published : Oct 7, 2020, 12:26 PM IST

Updated : Oct 7, 2020, 2:03 PM IST

କେନ୍ଦୁଝର: ତେଲକୋଇ ଅଞ୍ଚଳରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଶିବନାରାୟଣପୁର ଗୋଡା ପଞ୍ଚାୟତ ତମାଙ୍ଗ ଗାଁରେ ଜଣେ ଗର୍ଭବତୀ ଭାରରେ ବୁହା ହେଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗାଁର ଜଗା ଦେହୁରୀଙ୍କ ପତ୍ନୀ ନନ୍ଦିନୀ ଦେହୁରୀଙ୍କ ପ୍ରସବ ବେଦନା ହୋଇଥିଲା । ଏହି ସମୟରେ କେହି ଘରେ ନଥିବାରୁ ସେହିପରି ଯନ୍ତ୍ରଣା ଅନୁଭବ କରିଥିଲେ ଗର୍ଭବତୀ । ସେପଟେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ତାଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ।

ତେଲକୋଇରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, 4 କିମି ଭାରରେ ବୁହାହେଲେ ଗର୍ଭବତୀ

ପରେ ଗାଁ ଲୋକେ ପାଖାପାଖି 4 କିଲୋମିଟର ପାହାଡତଳ ଗାଁ ହଳଦୀପାଣି ନିକଟକୁ ଭାରରେ ଆଣିବା ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ସେଠାରେ ଗର୍ଭବତୀ ଜଣକ ଗୋଟିଏ ମୃତ ଶିଶୁକୁ ଜନ୍ମ ଦେଇଥିଲେ ।

ଅନ୍ୟପଟେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମାତୃତ୍ବ ପାଇଁ ମା ଗୃହରେ ରଖିବାର ବ୍ୟବସ୍ଥା ରହିଛି । ହେଲେ ମହିଳା ଜଣଙ୍କୁ କାହିଁକି ଏଥିରେ ସାମିଲ କରାଯାଇନାହିଁ ବୋଲି ପ୍ରଶ୍ନ ଉଠୁଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 7, 2020, 2:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.