ETV Bharat / state

ଆଜି ପବିତ୍ର ପ୍ରଥମାଷ୍ଟମୀ, ଘରେ ଘରେ ମହକୁଛି ଏଣ୍ଡୁରୀ ପିଠାର ମହକ - ରାଜଧାନୀରେ ପ୍ରଥମାଷ୍ଟମୀ ପାଳନ

ଆଜି ପବିତ୍ର ପ୍ରଥମାଷ୍ଟମୀ। ଏହି ଅବସରରେ ଓଡ଼ିଆ ଘରର ବଡ଼ ପୁଅ କିମ୍ବା ଝିଅଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ତେବେ ଏହି ଅବସରରେ ରାଜଧାନୀର  ଘରେ ଘରେ ଛୁଆ ଠାରୁ ବଡ଼ ଜ୍ୟେଷ୍ଠ ସନ୍ତାନମାନେ  ନୂଆ ବସ୍ତ୍ର ପରିଧାନ କରି ମଉଜ କରୁଥିବାବେଳେ ହଳଦୀପତ୍ର ପୀଠାର ବାସ୍ନାରେ ସହର ମହାକିତ ହୋଇ ଉଠୁଥିବା ଦେଖିବାକୁ ମିଳୁଛି।

ଫଟୋ ସୌଜନ୍ୟ:ଇଟିଭି ଭାରତ
author img

By

Published : Nov 20, 2019, 11:00 AM IST

Updated : Nov 20, 2019, 2:53 PM IST

ଭୁବନେଶ୍ବର/କେଉଁଝର: ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଏହା ଆମ ରାଜ୍ୟରେ 'ପ୍ରଥମାଅଷ୍ଟମୀ' ଏବଂ ଉତ୍ତର ଭାରତରେ 'ଭୈରବ ଅଷ୍ଟମୀ' ଭାବେ ପରିଚିତ। ଏହି ଦିନରେ ଘରର ବଡ଼ ସନ୍ତାନକୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ। ତେବେ ଜ୍ୟେଷ୍ଠମାନେ ପିନ୍ଧିଥିବା ନୂଆ ପୋଷାକ ମାମୁଁ ଘରୁ ଆସିବାର ପରମ୍ପରା ରହିଛି । ଏହି ବନ୍ଦାପନାକୁ ' ପଢୁଆଁ ' କୁହାଯାଏ। ଏହି ଦିନରେ ମାମୁଁ ନୂଆ ଲୁଗା, ପିଠାପଣା ଧରି ଭଉଣୀ ଘରକୁ ଆସୁଥିବାରୁ ପରିହାସରେ 'ଅଷ୍ଟମୀ ବନ୍ଧୁ' କୁହାଯାଏ। ଏହା ଓଡିଆଙ୍କର ଏକ ପାରମ୍ପରିକ ପର୍ବ। ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଏହି ଦିନର ବିଶେଷତ୍ଵ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ତେବେ ଏହି ଅବସରରେ ରାଜଧାନୀର ଘରେ ଘରେ ଛୁଆ ଠାରୁ ବଡ଼ ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପରିଧାନ କରି ମଉଜ କରୁଥିବାବେଳେ ହଳଦୀପତ୍ର ପିଠାର ବାସ୍ନାରେ ସହର ମହାକିତ ହୋଇ ଉଠୁଥିବା ଦେଖିବାକୁ ମିଳୁଛି। ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ପ୍ରଥମାଷ୍ଟମୀ ପାଳନ କରାଯାଇଛି। ଏନେଇ ସକାଳୁ ବୃନ୍ଦାବତୀଙ୍କ ପାଖରେ ମୁରୁଜ ପକାଇ ଚଉରାକୁ ସଜଯାଇଛି। ଏଥିସହ ମା ମାନେ ଘରେ ଲଷ୍ମୀ ଠାକୁରାଣୀଙ୍କୁ ପୂଜା କରିବା ସହ ନୂଆ ଡ୍ରେସକୁ ପୂଜା କରି ପିଲା ମାନଙ୍କୁ ବନ୍ଦାପନା କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଓ ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:2011_Prastamastmi_Anandapur

ଆଙ୍କର-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରେ ପାଳନ କରାଯାଇଛି ପ୍ରଥମାଷ୍ଟମୀ। ସକାଳୁ ବୃନ୍ଦାବତୀ ଙ୍କ ପାଖରେ ମୁରୁଜ ପକାଇ ଚଉରା କୁ ସଜଯାଇଛି। ମା ଘରେ ଲଷ୍ମୀ ଠାକୁରାଣୀଙ୍କୁ ପୂଜା କରିଛନ୍ତି। ଏବଂ ନୂଆ ଡ୍ରେସ କୁ ପୂଜା କରି ପିଲା ମାନଙ୍କୁ ବନ୍ଦାପନା କରିଛନ୍ତି। ଆମ ସଂସ୍କୃତି ପରମ୍ପରା ରେ ଆଜି ଦିନରେ ଘରର ବଡ ପୁଅ ଝିଅ କୁ ପୂଜା କରାଯାଇଥାଏ। ଏହା ଦ୍ଵାରା ବଡ ମାନଙ୍କ ପ୍ରତି ସମ୍ମାନ ରହିଥାଏ। ମା ଏଣ୍ଡୁରି ପିଠା କରି ପିଲା ମାନଙ୍କୁ ଦେଇଥାନ୍ତି। ମା ହାତରୁ ଖାଇବା ଅଲଗା ଆନନ୍ଦ ଥାଏ। ଏବଂ ଛୋଟ ପିଲା ମନେ ନୂଆ ଡ୍ରେସ ପିନ୍ଧି ବହୁତ୍ ଖୁସି ମାନଇଛନ୍ତି।Body:XConclusion:X
Last Updated : Nov 20, 2019, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.