ETV Bharat / state

ନାବାଳିକା ଅପହରଣ ଘଟଣାରେ 13 ଦିନ ପରେବି ପୋଲିସ ହାତ ଖାଲି, ଥାନା ସମ୍ମୁଖରେ ପରିବାରର ଧାରଣା

author img

By

Published : Aug 17, 2021, 6:43 AM IST

କେନ୍ଦୁଝର ଜିଲ୍ଲା ସାଇଁକୁଳ ଫାଣ୍ତି ଅନ୍ତର୍ଗତ ଖଲଣା ଗ୍ରାମରେ ନାବାଳିକା ଅପହରଣ ମାମଲା। ଏତଲାର 13 ଦିନ ପରେ ବି ଟେର ପାଉନି ପୋଲିସ। ଧାରଣାରେ ବସିଲା ପରିବାର। ଅଧିକ ପଢନ୍ତୁ...

ନାବାଳିକା ଅପହରଣ ଘଟଣାରେ 13 ଦିନ ପରେ ବି ପୋଲିସ ହାତ ଖାଲି, ଥାନା ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

କେନ୍ଦୁଝର: ସାଇଁକୁଳ ଫାଣ୍ତି ଅନ୍ତର୍ଗତ ଜଣେ ନାବାଳିକାକୁ ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରୀ ଗ୍ରାମର ପଦ୍ମନାଭ ବେହେରାଙ୍କ ପୁଅ ଭବାନି ବେହେରା ଗତ ୩ ତାରିଖରୁ କେଉଁ ଆଡେ ଅପହରଣ କରି ନେଇଥିବା ନାବାଳିକାର ବାପା ସାଇଁକୁଳ ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଘଟଣାରେ ପୋଲିସ ଯୁବକଙ୍କ ଘର ଚିତ୍ରୀ ସମେତ ବିଭିନ୍ନ ଆଡେ ଚଢାଉ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନାବାଳିକାକୁ ଉଦ୍ଧାର କରି ପାରିନାହିଁ । ପ୍ରତିବାଦରେ ସ୍ଥାନୀୟ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ନାବାଳିକାର ପିରବାର।

ରାମଚନ୍ଦ୍ରପୁର ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସାଇଁକୁଳ ଫାଣ୍ତି ଅଧିକାରୀ ମାନସ ରଞ୍ଜନ ବେହେରା ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରିବା ସହ ଖୁବ ଶୀଘ୍ର ଆସାମିକୁ ଗିରଫ କରିବାକୁ ପ୍ରତିଶୃତି ଦେଇଛନ୍ତି। ପ୍ରତିଶୃତି ପରେ ନାବାଳିକାର ପରିବାର ସଦସ୍ୟ ଧାରଣା ପ୍ରତ୍ୟାହୃତ କରିଥିବା ସୂଚନା ରହିଛି । ଗତ 3 ତାରିଖରେ ଏନେଇ ଥାନାରେ ଏତଲା ଦେଇଥିଲେ ଅପହୃତା ନାବାଳିକାର ପରିବାର। ତେବେ 13 ଦିନ ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେବା, ସାଧାରଣରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.