କେନ୍ଦୁଝର: ଜିଲ୍ଲାକୁ ଜୋନ-୧ ପରିଧି ମଧ୍ୟରେ ରହିବା ପରେ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛି ପ୍ରଶାସନ । ଜିଲ୍ଲାରେ ପ୍ରଥମ ସଟଡାଉନ ପରେ ଆଜି(ସୋମବାର) ମାସ୍କ ନପିନ୍ଧିବା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପ୍ରତି କୋଠର ହୋଇଛି ପୋଲିସ ।
ଯେଉଁ ଅମାନିଆ ଗାଡି ଚାଳକ ମାନେ ମାସ୍କ ଓ ହେଲମେଟ ପିନ୍ଧିନାହାନ୍ତି ସେମାନଙ୍କର ଚାଲାଣ କାଟିଛି ପୋଲିସ । ସହରର ପ୍ରମୁଖ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇଛି । ଏହା ସହ ବେଆଇନ ପାର୍କିଂ କରିଥିବା ଗାଡି ମାଲିକଙ୍କର ମଧ୍ୟ ଚାଲାଣ କାଟିଛି ପୋଲିସ ।
ଆଗାମୀ ଦିନରେ ଏଭଳି ଚେକିଂ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ