ETV Bharat / state

ଗାନ୍ଧୀଙ୍କ ଚିତ୍ରରେ ପ୍ଲାଷ୍ଟିକ ବ୍ୟାନ ବାର୍ତ୍ତା - gandhi 150th birthday

ଭିନ୍ନ ଚିନ୍ତାଧାରାରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଏକ ଅନନ୍ୟ କଳାକୃତି ଯାହା ବାପୁଙ୍କ ବିଚାରକୁ ପ୍ରତିଫଳିତ କରୁଛି । ଜିଲ୍ଲାର ଜଣାଶୁଣା କଳାକାର ସନ୍ତୋଷ ମହାନ୍ତ ଏହାକୁ ତିଆରି କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 2, 2019, 3:51 PM IST

କେନ୍ଦୁଝର: କେବଳ ସେଲିବ୍ରେସନ ନୁହେଁ ବରଂ କିଛି ସୁସ୍ଥ ପରିବର୍ତ୍ତନ ହିଁ 150ତମ ଗାନ୍ଧୀଜୟନ୍ତୀକୁ ସଫଳ କରିବ । ଏଥିପାଇଁ ଆଜିଠାରୁ ସମଗ୍ର ଦେଶରେ ପ୍ଲାଷ୍ଟିକ ବର୍ଜନ ନେଇ ଲାଗୁ କରିଛି କଡା ନିୟମ । ଏହି ନିୟମକୁ ସଠିକ ଦିଗରେ କାର୍ଯ୍ୟକାରୀ ପାଇଁ କେଉଁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଅନନ୍ୟ କଳାକୃତି । ଆଉ ଏହାକୁ କରିଛନ୍ତି ଜିଲ୍ଲାର ଜଣାଶୁଣା କଳାକାର ସନ୍ତୋଷ ମହାନ୍ତ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

ଗାନ୍ଧୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛି କେନ୍ଦୁଝର ପ୍ରଶାସନ । ଜିଲ୍ଲା ମୁଖିଆଙ୍କ କାର୍ଯ୍ୟାଳୟ ଆଗରେ ଅଙ୍କାଯାଇଛି ବାପୁଙ୍କ ସାଧାରଣ ଚିତ୍ର । ସିଙ୍ଗଲ ୟୁଜ ପଲିଥିନରେ ବାଲି ଭର୍ତ୍ତି କରି ଏକ ସୂତା ମାଧ୍ୟମରେ ଟଙ୍ଗାଯାଇଛି । ଆଉ ପଛରେ ପ୍ରତୀୟମାନ ହେଉଛି ଅବିକଳ ଗାନ୍ଧୀଙ୍କ ମୁହଁ । ସନ୍ତୋଷଙ୍କ ଏହି ନିଆରା ଓ ଶିକ୍ଷଣୀୟ କଳାକୁ ଦେଖି ବାଟୋଇ ବି ଅଧାରେ ଅଟକିଯାଉଛନ୍ତି । ଏହି କଳା ଗାନ୍ଧୀଙ୍କ ମହତ ବିଚାରଧାରାର ପ୍ରତୀକ ।

ଗାନ୍ଧୀଙ୍କ ବିଚାରରେ ସ୍ବଚ୍ଛ ପରିବେଶ ହିଁ ସୁସ୍ଥ ସ୍ବାସ୍ଥ୍ୟର ରହସ୍ୟ । ହେଲେ ପରିବେଶକୁ ବହୁଳ ମାତ୍ରାରେ ପ୍ରଦୂଷିତ କରୁଥିବା ପଲିଥିନର ବ୍ୟବହାର ବର୍ତ୍ତମାନ ସମୟରେ ବଢିଚାଳିଛି । ଏହା ଉପରେ କଟକଣା ଲଗାଯାଇଥିଲେ ସୁଦ୍ଧା ନିୟମ ପାଳିବାକୁ ସବୁ ଅମଙ୍ଗ । ଏଥିଯୋଗୁଁ ତାଙ୍କ ଜନ୍ମଦିନରେ କଳା ଜରିଆରେ ଏଭଳି ସନ୍ଦେଶ ଦେଇ ଲୋକଙ୍କୁ ସଚେତନ କରାଇଛନ୍ତି ସନ୍ତୋଷ । ସନ୍ତୋଷ ପୂର୍ବରୁ କାଠି ମାଧମରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କରିଥିବା ବେଳେ ବିଶେଷ କଳାକୃତି କରିବାରେ ସେ ସାରା ରାଜ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଅନନ୍ୟ କଳାକୃତି ରେ ଗାନ୍ଧୀ ଙ୍କୁ ମାନେପକେଇଲେ କଳାକାରBody:
ଆଙ୍କର- ଆଜି ସାରା ବିଶ୍ୱ ପାଳୁଛି ଶାନ୍ତିର ପ୍ରତୀକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସରକାରୀ ବେସରକାରୀ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି । ଗାନ୍ଧୀଙ୍କୁ ମନେ ପକେଇବା ନିଆରା ଢଙ୍ଗରେ ବହୁଜଣ ଚେଷ୍ଟା କରିଛନ୍ତି । କିଏ ତାଙ୍କର ସ୍ମୃତିକୁ ସାଉଁଟିବା ପାଇଁ ବିଭିନ୍ନ ପ୍ରକାରର ଜୀବନି କୁ ସଂଗ୍ରହ କରିଛି ତ କିଏ ଅନନ୍ୟ କଳାକୃତି ନିର୍ମାଣ କରିଛି । ଗାନ୍ଧୀଙ୍କୁ ମନେ ପକେଇବା ପାଇଁ କେନ୍ଦୁଝରର କଳାକାର ସନ୍ତୋଷ ମହାନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନନ୍ୟ କଳାକୃତି ବନେଇଛନ୍ତି । ଆଜି ସରକାର ଥରେ ବ୍ୟବହୃତ ପଲିଥିନକୁ ବନ୍ଦ କରିବାକୁ ଯାଉଛନ୍ତି । ଏହି ପଲିଥିନ ବନ୍ଦ କରିବା ସହ ଗାନ୍ଧୀଙ୍କୁ ମନେ ପକେଇବା ପାଇଁ ପଲିଥିନ ମାଧ୍ୟମରେ ନିଆରା କଳାକୃତି ନିର୍ମାଣ କରିଛନ୍ତି । ସନ୍ତୋଷ ଥରେ ବ୍ୟବହୃତ ପଲିଥିନରେ ବାଲି ଭର୍ତ୍ତି କରି ଓ ଏହାକୁ ସୂତାରେ ଟାଙ୍ଗି ଗାନ୍ଧୀଙ୍କ ମୁଖ କୁ ପଦର୍ଶିତ କରିଛନ୍ତି । ପଲିଥିନ କୁ ବନ୍ଦ କରିବା ସହ ଗାନ୍ଧୀ ଙ୍କୁ ମନେ ପକେଇବା ଏହାର ଲକ୍ଷ ବୋଲି ସନ୍ତୋଷ ପ୍ରକାଶ କରିଛନ୍ତି । ସନ୍ତୋଷ ପୂର୍ବରୁ କାଠି ମାଧମରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କରିଥିବା ବେଳେ ବିଶେଷ କଳାକୃତି କରିବାରେ ସେ ସାରା ରାଜ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।ଏହି ନିଆରା କଳାକୃତିକୁ ଦେଖିବାକୁ ଭିଡ଼ ପରିଲକ୍ଷିତ ହେଉଛି ।

ବାଇଟ-୧-ସନ୍ତୋଷ ମହାନ୍ତ ( କଳାକାର)

ବାଇଟ-୨-ଶରତ ଦାସ ( ସ୍ବେଚ୍ଛାସେବୀ)

ବାଇଟ-୩- ସତ୍ୟବାନ ନାଥ ( ଦର୍ଶକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.