ETV Bharat / state

ରଜ ସମୟରେ ଆନନ୍ଦପୁର ପୋଲକାମକୁ ବିରୋଧ - kendujhar

ରଜପର୍ବ ସମୟରେ ପୋଲ ମରାମତିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, କେନ୍ଦୁଝର
author img

By

Published : Jun 13, 2019, 7:09 PM IST

ଆନନ୍ଦପୁର: ବୈତରଣୀ ନଦୀ ଉପରେ ଥିବା ଆନନ୍ଦପୁର ପୋଲର ପିଲାର ବେରିଙ୍ଗ ଏକ ବର୍ଷ ତଳେ ଦବି ଯାଇଥିଲା । ଏହା ଦବି ଯିବାର ଏକ ବର୍ଷ ପରେ ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ବି ହୋଇଥିଲା । କିନ୍ତୁ ଏବେ ରଜ ସମୟରେ ମରାମତି କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ 5 ଦିନ ଧରି ଯାତାୟତ ବନ୍ଦ କରାଯାଇଛି । ରଜପର୍ବ ସମୟରେ ଗମନାଗମନ ବନ୍ଦକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, କେନ୍ଦୁଝର

ଏହି ପୋଲ ଦେଇ ଭଦ୍ରକ, କରଞ୍ଜିଆ, ବାଲେଶ୍ଵର, କେନ୍ଦୁଝର, ଭୁବନେଶ୍ୱର ଓ କଟକକୁ ଯାତାୟତ ହୋଇଥାଏ । ଅଞ୍ଚଳବାସୀ ପୋଲ କାମକୁ ସ୍ୱାଗତ କରିଥିବା ବେଳେ ରଜ ସମୟରେ ପାଞ୍ଚ ଦିନ ଧରି ପୋଲ ଉପରେ ଯାତାୟାତ ବନ୍ଦ ହେବାକୁ ନାପସନ୍ଦ କରିଛନ୍ତି । ତେଣୁ ରଜ ସମୟରେ ପୋଲ କାମ ବନ୍ଦ କରାଯିବାକୁ ଦାବି ହେଉଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ସ୍ଲଗ- ରଜ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ

ଆଙ୍କର-ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡ଼ିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି। ରଜ ନାଁ ଶୁଣିଲେ ପ୍ରତିଟି ଓଡ଼ିଆ ସେ ବିଦେଶରେ ବି ଥିଲେ ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ ବାଧ୍ୟ କରିଥାଏ। ସାଧାରଣତଃ ରଜକୁ ଏକ କୃଷିଭିତ୍ତିକ ପର୍ବ କୁହାଯାଇଥାଏ। ଏହାକୁ ୩ଦିନ ପାଳନ କରାଯାଇଥାଏ, ମାତ୍ର ଏହି ପର୍ବକୁ ପାଳନ କରିବା ଲାଗି ଗାଁ ଗହଳିରେ ମାସେ ଆଗରୁ କେତେ କଣ ପ୍ରସ୍ତୁତି । ତିନିଦିନ ଯାକ ଅନେକ ମଉଜ, ପିଠାପଣାଠୁ ଆରମ୍ଭ କରି ପୁଚିଖେଳ, ରଜ ଦୋଳି, ରଜ ପାନରେ ଗାଁ ଦାଣ୍ଡ ହସିଉଠିଥାଏ । ସହରଠୁ ଅଧିକ ଗାଁରେ ରଜକୁ ଲୋକେ ଅଧିକ ଯାକଜକମରେ ପାଳନ କରିଥାନ୍ତି। ଗାଁର ଝିଅ , ବୋହୂଙ୍କଠୁ ଆରମ୍ଭ କରି ପୁରୁଷ ଓ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଢଙ୍ଗରେ ରଜକୁ ପାଳନ କରିଥାନ୍ତି। କାରଣ ବର୍ଷକୁ ଥରେ ରଜ ଆସିଛି। ଗାଁ ଦାଣ୍ଡରେ ତାସ, କବାଡିର ଆସର ଜମିଥାଏ।ସହରରେ ଗାଁର ମହକ ନଥିଲେ ମଧ୍ୟ ରଜପର୍ବକୁ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରଯାଉଛି।କେନ୍ଦୁଝର ସହରରେ ରଜ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ କାଳୀ ପଡିଆରେ ଏହି ରଜ ମହୋତ୍ସବ ଅନୁଷ୍ଠିତ ହେଉଛି । ରଜ ଲାଗି ମଝିରେ ଆଉ ଗୋଟେ ଦିନ ବାକିଥିବାରୁ ପ୍ରସ୍ତୁତି ସବୁଠି ଜୋରସୋରରେ ଚାଲିଛି।

ବାଇଟ-୧-ଲାଲ ମୋହନ ମୁଣ୍ଡା ( ଦୋଳି କାରିଗର)

ବାଇଟ-୨- କୃଷ୍ଣଚନ୍ଦ୍ର ରାଉତ(ସଭାପତି, ରଜ ମହୋତ୍ସବ କମିଟି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.