ETV Bharat / state

ଭତ୍ତା ପାଇଁ 10 କିମି, ହରଡଘଣାରେ ବୃଦ୍ଧା ଓ ଦିବ୍ୟାଙ୍ଗ

ମାଲଦା ପଞ୍ଚାୟତର ଜମିରିଡ଼ିହି ଗ୍ରାମରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପାଇଁ ହିତାଧିକାରୀଙ୍କୁ ଯିବାକୁ ପଡୁଛି 10 କିଲୋମିଟର ।

author img

By

Published : Jul 8, 2019, 8:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସରକାର ସମସ୍ତ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ କରିବାକୁ ବଦ୍ଧ ପରିକର । ଏହି ଯୋଜନା ବାବଦକୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏପରିକି ସେମାନଙ୍କ ନିକଟରେ ଏହି ସୁବିଧାଗୁଡିକ ସହଜରେ ଉପଲବ୍ଧ ହେବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ହେଲେ ଏସବୁର ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର ମାଲଦା ପଞ୍ଚାୟତର ଜମିରିଡ଼ିହି ଗ୍ରାମରେ । ଗ୍ରାମରେ ଭତ୍ତା ପାଇବାକୁ ଥିବା ହିତାଧିକାରୀଙ୍କୁ ଚାଲିଚାଲି ଯିବାକୁ ପଡୁଛି 10 କିଲୋମିଟର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଜମିରିଡ଼ିହି ଗ୍ରାମରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ସେଥି ମଧ୍ୟରୁ ପଚାଶରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ଅଛନ୍ତି । ଏଥି ମଧ୍ୟରୁ ଅଧିକାଂଶ ସରକାରୀ ସୁବିଧାରୁ ବଞ୍ଚିତ ଥିବାବେଳେ ଅଳ୍ପ କିଛି ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି । କିନ୍ତୁ ଏହି ଭତ୍ତା ପାଇବା ପାଇଁ ଏହି ବୃଦ୍ଧବୃଦ୍ଧା ତଥା ଦିବ୍ୟାଙ୍ଗମାନଙ୍କୁ ଅନେକ କଷ୍ଟ ସ୍ବୀକାର କରିବାକୁ ପଡୁଛି ।

ଗ୍ରାମଟି ଏକ ବଣ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାବେଳେ ଏହା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଦଶ କିଲୋମିଟର ଦୂରରେ ଅବସ୍ଥିତ । ଭତ୍ତା ଆଣିବାକୁ ପଞ୍ଚାୟତକୁ ଗଲାବେଳେ ହାତୀ ହାବୁଡ଼ରେ ପଡିବାର ଭୟ ରହିଛି । ସେଥିପାଇଁ ସନ୍ଧ୍ୟା ହୋଇଗଲେ ଅନ୍ୟ ଗ୍ରାମରେ ରାତି କାଟିବାକୁ ପଡୁଛି । ପାଞ୍ଚ ଶହ ଟଙ୍କା ଭତ୍ତା ପାଇଁ ଦୁଇ ଦିନ ବାହାରେ ରହିବାକୁ ପଡୁଛି । ଏପରିକି ଅଟୋ ଭଡାକଲେ ସବୁ ଭତ୍ତା ଟଙ୍କା ସେଥିରେ ଖର୍ଚ୍ଚ କରିବାକୁ ପଡୁଛି ।

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଗ୍ରାମର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଗ୍ରାମ ମଧ୍ୟରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ଗ୍ରାମରେ ରହିଥିବା ଅନ୍ୟ ହିତାଧିକାରୀଙ୍କ ପାଇଁ ଅତି ଶୀଘ୍ର ଭତ୍ତା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବିପଦ ସଂକୁଳ ଅବସ୍ଥାରେ ଭତ୍ତା ପାଇଁ ଯିବାକୁ ପଡୁଛି ଜମିରଡ଼ିହି ଗ୍ରାମବାସୀଙ୍କୁBody:
ଆଙ୍କର- ସରକାର ସମସ୍ତ ବୃଦ୍ଧ ବୃଦ୍ଧା ଙ୍କୁ ସହାୟତା ପ୍ରଦାନ କରିବାକୁ ବଧ ପରିକର । ଏହା ସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ସରକାର ସହାୟତା ପ୍ରଦାନ କରୁଛନ୍ତି । ଏହି ଯୋଜନା ବାବଦକୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏହାର ଲକ୍ଷ ହେଉଛି ଏହି ଅସହାୟ ବ୍ୟକ୍ତି ମାନେ କିପରି ଜୀବନ ଠିକ ଭାବେ ଚଳେଇ ପାରିବେ । କିନ୍ତୁ ଏହାର ସୁଫଳ ପାରୁନାହାଁନ୍ତି କେନ୍ଦୁଝର ମାଲଦା ପଞ୍ଚାୟତର ଜମିରିଡ଼ିହି ଗ୍ରାମବାସୀମାନେ । ଉକ୍ତ ଗ୍ରାମରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏଥି ମଧ୍ୟରୁ ପଚାଶ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ଅଛନ୍ତି । ଏଥି ମଧ୍ୟରୁ ଅଧିକାଂଶ ସରକାରୀ ସୁବିଧାରୁ ବଞ୍ଚିତ ଥିବାବେଳେ ଅଳ୍ପ କିଛି ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି । କିନ୍ତୁ ଏହି ଭତ୍ତା ପାଇବା ପାଇଁ ଏହି ବୃଦ୍ଧ ବୃଦ୍ଧା ଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଗ୍ରାମଟି ଏକ ବଣ ଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳ ହୋଇଥିବାବେଳେ ଏହା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଦଶ କିଲୋମିଟର ଦୂରରେ ଅବସ୍ଥିତ । ଭତ୍ତା ଆଣିବାକୁ ପଞ୍ଚାୟତକୁ ଗଲାବେଳେ କେତେବେଳେ ହାତୀ ହାବୁଡ଼ରେ ପଡୁଲେଣିତ କେତେବଳେ ରାତି ସେଠି କାଟିବାକୁ ପଡୁଛି । ଭତ୍ତା ପାଞ୍ଚ ଶହ ପାଇଁ ହଇରାଣ ହେବେ ସହ ଦୁଇ ଦିନ ଲାଗୁଛି । କେବେ ଦେହ ଖରାପ ହେଲେ କି କୌଣସି ଅସୁବିଧାରେ ଅଟୋ ଭଡା କଲେ ଭତ୍ତା ପଇସା ବି ସେଥିରେ ଯାଉଛି । ଏଥି ପାଇଁ ବହୁ ହଇରାଣ ହେବାକୁ ପଡୁଛି ଜମିରିଡ଼ିହି ଗ୍ରାମବାସୀ ମାନଙ୍କୁ । ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରୁ ସେ ଏହି ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ଉକ୍ତ ଗ୍ରାମରେ ଭତ୍ତା ଟଙ୍କା ଦେବାକୁ ବ୍ୟବସ୍ତା କରିବେ ବୋଲି କହିଛନ୍ତି । ଏହା ସହ ବଳକା ରହିଯାଇଥିବା ଲୋକଙ୍କ ପାଇଁ ଦରଖାସ୍ତ ଗ୍ରହଣ କରି ଜଳଦି ସେମାନଙ୍କୁ ମଧ ଭତ୍ତା ଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ବାଇଟ-୧-ଦୁଖୁନି ଦେହୁରୀ ( ଗ୍ରାମବାସୀ)

ବାଇଟ-୨-କୌଶି ନାଏକ( ଗ୍ରାମବାସୀ)

ବାଇଟ-୩-ମଧୁସୂଦନ ମୁଣ୍ଡା ( ଗ୍ରାମବାସୀ)

ବାଇଟ-୪- ଉଦ୍ଧବ ଚନ୍ଦ୍ର ମାଝୀ ( ପିଡ଼ି ଡିଆରଡିଏ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.