ETV Bharat / state

ରାସ୍ତା ନଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ , ଖଟିଆରେ ବୁହା ହେଲେ ରୋଗୀ - ରାସ୍ତା ସମସ୍ୟା

କେନ୍ଦୁଝର ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଚିତ୍ର । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସକୁ ୨ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ । ଅଧିକ ପଢନ୍ତୁ...

ରାସ୍ତା ନଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ

author img

By

Published : Nov 1, 2021, 10:46 AM IST

Updated : Nov 1, 2021, 1:10 PM IST

ଆନନ୍ଦପୁର: ଦେଶ ସ୍ଵାଧୀନତାକୁ 75 ବର୍ଷ । ହେଲେ ଆଜି ବି ସୁଧୁରିପାରିନି ଗ୍ରାମାଞ୍ଚଳର ସ୍ଥିତି । ଖରାପ ରାସ୍ତା ପାଇଁ ରୋଗୀଙ୍କ ନିକଟକୁ ପହଞ୍ଚିନପାରୁନି ଆମ୍ବୁଲାନ୍ସ । ଯାହାଫଳରେ ଖଟିଆରେ ବୁହା ହୋଇ ଗାଡ଼ି ପାଖକୁ ରୋଗୀଙ୍କୁ ନିଆଯାଉଛି । ଏଭଳି ଚିତ୍ର ଥରେ କି ଦୁଇ ଥର ନୁହେଁ ବାରମ୍ବାର ସାମ୍ନାକୁ ଆସୁଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ସାମୁକାନେଣ୍ଡି ପଞ୍ଚାୟତ ନଟିଆ ଗାଁର ଜାମୁନ ସାହିରେ ଦେଖିବାକୁ ମିଳିଛି ବ୍ୟବସ୍ଥାର ନଗ୍ନ ଚିତ୍ର । ଯାହା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ରାସ୍ତା ନଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ

ସୂଚନାଅନୁସାରେ, ଗତକାଲି ରାତିରେ ଗାଁର ସରସ୍ଵତୀ ଦରାଇ ବାତ ରୋଗରେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଆସିଲା ହେଲେ ଭଲ ରାସ୍ତା ନଥିବାରୁ ଗାଁଠୁ ୨ କିଲୋମିଟର ଦୂରରେ ଅଟକିଲା । ବାଧ୍ୟ ହୋଇ ପରିବାର ଲୋକଙ୍କ ସହ ଆମ୍ବୁଲାନସ୍ କର୍ମଚାରୀ ମିଶି ମହିଳାଙ୍କୁ ଏକ ଖଟିଆରେ ଆମ୍ବୁଲାନସ୍ ଯାଏଁ ୨ କିଲୋମିଟର ବାଟ ବୋହି ଆଣିଥିଲେ । ଏହା ପରେ ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ରାଜ୍ୟରେ ସବୁ ସୁଧୁରିଛି କହି ବୁଲୁଥିବା ସରକାରଙ୍କୁ ସାଧାରଣ ଲୋକଙ୍କ ପ୍ରଶ୍ନ । କେତେ ରାସ୍ତାରେ ଉନ୍ନତି କାର୍ଯ୍ୟ ହୋଇଛି କେଉଁଠି ପିଇବା ପାଣି ମିଳିଛି ତାର ସଠିକ ହିସାବ ରଖନ୍ତୁ ସରକାର । ଖାଲି ପ୍ରହସନ ନଚେତ ଆଉ କିଛି ନାହିଁ । ଏବେ ବି ଲୋକ ଅନ୍ଧାର ଜୀବନ ବିତାଉଛନ୍ତି । ଖାଲ ଖମା ରାସ୍ତା ପାରି ହେଉଛନ୍ତି ଚୁଆରୁ ଦୂଷିତ ପାଣି ପିଉଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ,ଇଟିିଭି ଭାରତ

Last Updated : Nov 1, 2021, 1:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.