କେନ୍ଦୁଝର: ପଞ୍ଚାୟତ ଜମିରେ ଜବରଦଖଲ କରି ଘର ନିର୍ମାଣ କରିବାକୁ ପ୍ରୟାସ । ପଞ୍ଚାୟତର ତାଗିଦ ପରେ ମଧ୍ୟ କାହା କଥା ନଶୁଣି ଚାଲିଛି ଘର ନିର୍ମାଣ। ଏହାକୁ ବିରୋଧ କରି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ଘଷିପୁରା ବ୍ଲକ ଅଧିନସ୍ଥ କେଶଦୁରାପାଳ ଗ୍ରାମରେ ।
ଗ୍ରାମର ରାଧେଶ୍ୟାମ ମହାରଣା ପଞ୍ଚାୟତ ପୋଖରୀକୁ ପୋତି ନୂଆ ଘର ତିଆରି କରୁଥିଲେ । ହେଲେ ଏନେଇ ବାରମ୍ବାର ତାଙ୍କୁ ତାଗିଦ କରାଯାଇଥିଲା, କିନ୍ତୁ ସେ କାହା କଥା ନ ଶୁଣି ଘର ତିଆରି କରିବାରେ ଲାଗି ପଡିଥିଲେ ।
ଶେଷରେ ସରପଞ୍ଚ ନିଜେ ଲିଖିତ ଆକାରରେ ଉପଜିଲ୍ଲାପାଳ, ଜିଲ୍ଲାପାଳ, ତହସିଲଦାରଙ୍କୁ ଜଣାଇବା ପରେ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଇଛି । ନିର୍ମାଣ କାମ ବନ୍ଦ କରିବା ପାଇଁ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ