ETV Bharat / state

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡମରା ଘଟଣାରେ କଲମ ଛାଡ଼ ଆନ୍ଦୋଳନ - panchayat association worker strike

କେନ୍ଦୁଝର ସଦର ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କଲମ ଛାଡ ଆନ୍ଦୋଳନ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 13, 2019, 2:56 PM IST

କେନ୍ଦୁଝର: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟହାରର ପ୍ରତିବାଦରେ କମଲ ଛାଡ ଆନ୍ଦୋଳନ । କେନ୍ଦୁଝର ସଦର ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କଲମ ଛାଡ ଆନ୍ଦୋଳନ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯାହାଫଳରେ ବ୍ଲକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁସାରେ, ଗତ ୧୧ ତାରିଖରେ ସଦର ବ୍ଲକ ରାଇକଳା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜଣେ ମହିଳା ଚପଲରେ ମାଡ଼ ମାରିବା ସହ ଦୁର୍ବ୍ୟହାର କରିଥିଲେ। ଅନୁରୂପ ଗତକାଲି ମଧ୍ୟ ଶିରିଷପାଳ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।

ଯାହାକୁ ସଦର ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘୋର ନିନ୍ଦା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ବ୍ଲକର ସମସ୍ତ କର୍ମଚାରୀ ବ୍ଲକ ବନ୍ଦ କରି ଧାରଣାରେ ସାମିଲ ହୋଇଛନ୍ତି ।

ଏହାସହ ମାଡ ମାରିଥିବା ମହିଳା ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଗିରଫ ନକଲା ପର୍ଯ୍ୟନ୍ତ କଲମଛାଡ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ସଂଘ ଚେତାବନୀ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ମାଡ଼ ଖାଇ କଲମ ଛାଡ଼Body:
ଆଙ୍କର-ଗତ ୧୧ ତାରିଖରେ ସଦର ବ୍ଲକ ରାଇକଳା ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଜଣେ ଗ୍ରାମବାସୀ ମହିଳା ଚପଲରେ ମାଡ଼ ମାରିଥିଲେ । ଅନୁରୂପ ଗତକାଲି ଶିରିଷପାଳ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସଭ୍ୟ ସଭ୍ୟା ମାନେ ତାଲା ପକାଇ ଦେଇଥିଲେ । ଆଜି ଏହାର ପ୍ରତିବାଦରେ ସଦର ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କଲମ ଛାଡ଼ ଆନ୍ଦୋଳନ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ବ୍ଲକର ସମସ୍ତ କର୍ମଚାରୀ ବ୍ଲକ ବନ୍ଦ କରି ଧାରଣା ରେ ସାମିଲ ହୋଇଛନ୍ତି । ମାଡ ମାରିଥିବା ମହିଳା ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଗିରଫ ନକଲା ପର୍ଯ୍ୟନ୍ତ ଆନ୍ଦୋଳନ ଜରିରହିବ ବୋଲି କର୍ମଚାରୀ ସଂଘ ଚେତାବନୀ ଦେଇଛି ।ଫଳରେ ବ୍ଲକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ବାଇଟ-୧-ହେମାଲତା ମହାନ୍ତ( ସିରିଷପାଳ ପଞ୍ଚାୟତ ନିର୍ବାହୀ ଅଧିକାରୀ)
ବାଇଟ-୨-ରଞ୍ଜିତ ମହାନ୍ତ( ରାଇକଳା ପଞ୍ଚାୟତ ନିର୍ବାହୀ ଅଧିକାରୀ)
ବାଇଟ-୩- ପ୍ରଭାତ କୁମାର ନାଥ ( କର୍ମଚାରୀ ସଂଘ ନେତା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.