ETV Bharat / state

Padma Awards 2023: ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କଲା ଭଳି ଅପେକ୍ଷା କରିଥିଲି କହିଲେ ମାଗୁଣି କୁଅଁର - ମାଗୁଣି ଚରଣ କୁଅଁରଙ୍କ ପ୍ରତିକ୍ରିୟା

କଳା କ୍ଷେତ୍ରରେ ବିଶିଷ୍ଟ କାଠି କଣ୍ଢେଇ ନାଚ ଗୁରୁ ମାଗୁଣି ଚରଣ କୁଅଁର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

maguni charana kuara
ପଦ୍ମ ପୁରସ୍କାର 2023
author img

By

Published : Jan 26, 2023, 9:54 AM IST

Padma awardee maguni charana kuara

କେନ୍ଦୁଝର: ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2023 ବର୍ଷ ଲାଗି ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତ ବର୍ଷ 4 ଜଣ ଓଡିଆ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଳା କ୍ଷେତ୍ରରେ ବିଶିଷ୍ଟ କାଠି କଣ୍ଢେଇ ନାଚ ଗୁରୁ ମାଗୁଣି ଚରଣ କୁଅଁର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସମଗ୍ର ରାଜ୍ୟ ତଥା କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ମାଗୁଣି ଚରଣ କୁଅଁର ।

ପଦ୍ମଶ୍ରୀ ପାଇଁ ନାମ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖି ମାଗୁଣି କୁଅଁର କହିଛନ୍ତି, ''ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କରିଥିବା ପରି ମୁଁ କରିଥିଲି । କେବେ ଭାବି ନଥିଲେ ଏ ସମ୍ମାନ ପାଇବି । ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ । ପାହାଡ ତଳୁ ଖୋଜିଖୋଜି ଆସି ମୋତ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି । ତାଙ୍କୁ ଅଶେଷ ଧନ୍ୟବାଦ । ବହୁତ ଖୁସି ।''

ଏହା ବି ପଢନ୍ତୁ...Padma Awards 2023: ପଶ୍ଚିମ ଓଡିଶା କଳା ସଂସ୍କୃତି ସମ୍ମାନ ପାଇଛି: ପଦ୍ମଶ୍ରୀ କ୍ରିଷ୍ଣା ପଟେଲ

ମାଗୁଣି କୁଅଁରୁଙ୍କ ବୟସ ୮୨ ବର୍ଷ ହେଲାଣି । ପିଲାବେଳୁ ଏହି ବିରଳ କଣ୍ଢେଇ କଳାକୁ ଆଜି ପର୍ଯ୍ୟନ୍ତ ସେ ବଞ୍ଚାଇ ଆସିଛନ୍ତି । କାଠ କଣ୍ଢେଇ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟ୍ୟ ଏକାଡ଼ମୀ ଭଳି ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କର ଜୀବନ ବ୍ୟାପି ଏହି ଅନନ୍ୟ କଳା ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ମନୋନୀତ କରିଛନ୍ତି । ଏହି ଖବର ପାଇବା ପରେ ସେ ଓ ତାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି । ଏହି ଖବର ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଲୋକଙ୍କ ଭିଡ଼ ଜମିଥିଲା । ସଦର ବିଧାୟକ ଓ ବିଜେପି ସଭାପତି ଓ ବହୁ ସହରବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଣ୍ଢେଇ ଶିଳ୍ପୀ ମାଗୁଣି କୁଅଁର ଏହି ପଦ୍ମଶ୍ରୀ ପାଇଁ ମନୋନୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତାଙ୍କର ବହୁ ଦିନର ଇଚ୍ଛା ପୂରଣ ହେବା ନେଇ ଖୁସି ବ୍ୟକ୍ତ କରିଥିଲେ ।

ସାରା ଭାରତବର୍ଷରେ ୯୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡ଼ିଶାରୁ ୪ ଜଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାଗୁଣି ଚରଣ କୁଅଁରଙ୍କ ସମେତ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ଶିକ୍ଷ ସାହିତ୍ୟରେ ଅନ୍ତର୍ଯ୍ୟାମୀ ମିଶ୍ର, କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.