ETV Bharat / state

ପଦ୍ମଶ୍ରୀ ଫେରାଇବେନି ଦୈତାରୀ ନାୟକ - keonjhar

କେନ୍ଦୁଝର ବାଂଶପାଳ ବ୍ଲକ ବୈତରଣୀ ଗାଁର ଦୈତାରୀ ନାୟକ ଫେରାଇବେ ନାହିଁ ପଦ୍ମଶ୍ରୀ ସମ୍ମାନ । ‘ପଦ୍ମଶ୍ରୀ ମୋ ଶିରୀ । କେହି କେବେ କଣ ମୁଣ୍ଡ ଠାରୁ ଅଲଗା ହୋଇ ରହିପାରିବ କି ’ ? ଏପରି ରୋକଠୋକ ଜବାବ ଦେଇ ସେ ଉସକାଉଥିବା ଲୋକଙ୍କ ମୁହଁ ବନ୍ଦ କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 25, 2019, 7:03 PM IST

Updated : Jun 25, 2019, 7:09 PM IST

କେନ୍ଦୁଝର: ପଦ୍ମଶ୍ରୀ ଫେରାଇବେ ନାହିଁ ଓଡିଶାର ମାଉଣ୍ଟେନ ମ୍ୟାନ ଦୈତାରୀ ନାଏକ । ଏହା କେବଳ ଏକ ପୁରସ୍କାର ନୁହେଁ ଏହା ଏକ ଗୌରବ । ଏହି ସମ୍ମାନ ମୋ ମୁଣ୍ଡ ସହ ସମାନ । କଣ କେହି ମୁଣ୍ଡ ଠାରୁ ଆଲଗା ହୋଇ ରହିପାରିବ ? ଏହା କହି ସମାଲୋଚକଙ୍କୁ ରୋକଠୋକ ଜବାବ ଦେଇଛନ୍ତି ଦୈତାରୀ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

ଗତକାଲି ଦୈତାରୀ ପଦ୍ମଶ୍ରୀ ଫେରାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପଦ୍ମଶ୍ରୀ ସମ୍ମାନ ଯୋଗୁଁ କାମ ମିଳୁନଥିବା ଦର୍ଶାଇ ଖୋଦ ଦୈତାରୀ ଏଭଳି କିଛି ପ୍ରତିକ୍ରିୟା ଦେଇଥିବା ଶୁଣିବାକୁ ମିଳିଥିଲା । ହେଲେ ଇଟିଭି ଭାରତ ପ୍ରତିନିଧିଙ୍କ ଆଗରେ ମାଉଣ୍ଟେନମ୍ୟାନ ବଖାଣିଛନ୍ତି ଘଟଣା ପଛର ସତ କାହାଣୀ । ସ୍ବ -ଇଚ୍ଛାରେ ନୁହେଁ , ଅଭାବ ଅନାଟନର କଥା କହି ଏଭଳି ପ୍ରତିକ୍ରିୟା ଦେବାକୁ ଉସକାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ହଁ, ଏହା ସତ ଦାରିଦ୍ର କଷାଘାତରେ ଏବେ ବି ଜର୍ଜରିତ ଏହି ପଦ୍ମଶ୍ରୀ ବିଜେତା । 4 କିଲୋମିଟରର ପାହାଡକୁ କାଟିବାରେ ହାର ମାନି ନଥିବା ଏ ମଣିଷଟି ଆଜି ଆର୍ଥିକ ସମସ୍ୟା ଆଗରେ ମୁଣ୍ଡ ପାତିଛି । ବୟସର ଅପରାହ୍ନରେ ଜୀବନ ଜୀଇଁବା ପାଇଁ କେତେ କଣ କରିବାକୁ ପଡୁଛି ତାଙ୍କୁ । ପୁରସ୍କାର ଯୋଗୁଁ ସମ୍ମାନ ତ ମୁଳୁଛି ହେଲେ ପେଟ ପାଇଁ ସଂଘର୍ଷ କରିବାକୁ ପଡୁଛି ।

ଜୀବନ ସହ ସଂଘର୍ଷ କରୁଥିବା ଜଣେ ପଦ୍ମଶ୍ରୀଙ୍କ ଦୁଃଖକୁ ପ୍ରଶାସନ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । କିନ୍ତୁ ଏଥିପାଇଁ ପଦ୍ମଶ୍ରୀଙ୍କୁ ନକରାତ୍ମକ ପ୍ରତିକ୍ରିୟା ଦେବାକୁ ଉସକାଇବା କଣ ନିହାତି ଦରକାର ? ଆମ ପ୍ରଶାସନ କଣ ଏତେ ବଧିର ଯେ, ସାହାଯ୍ୟ ପାଇଁ ଏପରି ଶବ୍ଦ ଦରକାର କରୁଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jun 25, 2019, 7:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.