ETV Bharat / state

କେନ୍ଦୁଝରରେ ଚାଞ୍ଚଲ୍ୟ: ଷ୍ଟ୍ରଙ୍ଗରୁମ ନିକଟରୁ ସଦିଗ୍ଧଙ୍କୁ ଧରିଲେ ବିଜେପି କର୍ମୀ

କେନ୍ଦୁଝର ସହରରସ୍ଥିତ ମାଇନିଂ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମ ନିକଟରେ ଜଣେ ସଦିଗ୍ଧ ବ୍ୟକ୍ତିଙ୍କୁ ଧରିଛନ୍ତି ବିଜେପି କର୍ମୀ। ଏ ଘଟଣା ପରେ ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author img

By

Published : Apr 27, 2019, 12:36 PM IST

Updated : Apr 27, 2019, 1:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାରେ ଗତ ୨୩ ତାରିଖରେ ଶେଷ ହୋଇଯାଇଛି ନିର୍ବାଚନ । ଭୋଟଗ୍ରହଣ ସରିବା ପରେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନମଣ୍ଡଳୀର ବ୍ୟବହୃତ ଇଭିଏମ ମେସିନ ସହର ମଧ୍ୟରେ ଥିବା ମାଇନିଂ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ହେଲେ ବର୍ତ୍ତମାନ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ସହ କିଛି ଯୁବକ ମାଇନିଂ ଇଞ୍ଜିନିୟରିଂ ସ୍କୁଲ ମଧ୍ୟକୁ ଅବାଧ ପ୍ରବେଶ କରିଥିଲେ । ଏ ଘଟଣା ସମ୍ପର୍କରେ ଜାଣିବା ପରେ ବିଜେପି କର୍ମୀ ପୋଲିସକୁ ଖବର ଦେବା ସହ ବୋଲର ଓ ସେହି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ଅନ୍ଧାରର ସୁଯୋଗ ନେଇ ୨ ଜଣ ଖସି ଯିବାରେ ସଫଳ ହୋଇଥିଲେ । ସେମାନଙ୍କ ସହ ସାମିଲ ଥିବା ଆଶା ପ୍ରଦୀପ ମହାନ୍ତିଙ୍କୁ ଧରିବାରେ ସଫଳ ହୋଇଥିଲେ ବିଜେପି କର୍ମୀ । ଖବର ଘଟଣାସ୍ଥଳରେ ପହଞ୍ଚି ପୋଲିସ ପ୍ରଦୀପଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏନେଇ ବିଜେପିର କହିବା କଥା ଅଟକ ବ୍ୟକ୍ତି ଜଣକ ଜଣେ ଖଣି ବ୍ୟବସାୟୀ ଓ ପେସାରେ ଜଣେ ସଫ୍ଟୱୟାର ଇଞ୍ଜିନିୟର । ବିନା ଅନୁମତିରେ ଜଣେ ସାଧାରଣ ଲୋକ ଷ୍ଟ୍ରଙ୍ଗ ରୁମ ନିକଟକୁ ଯାଇପାରୁ ନଥିବା ବେଳେ ବିଳମ୍ବିତ ରାତିରେ ଏହି ଇଞ୍ଜିନିୟର ଏଠାରେ କଣ କରୁଥିଲେ ତାକୁ ନେଇ ବିଜେପି ପ୍ରଶ୍ନ କରିଛି । ଏ ପ୍ରସଙ୍ଗରେ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରର ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

blank

Conclusion:
Last Updated : Apr 27, 2019, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.