କେନ୍ଦୁଝର: ଧିରେ ଧିରେ ରାଜ୍ୟରେ କରୋନା ଆକ୍ରନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଜିଲ୍ଲାରେ ଜଣେ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ଜିଲ୍ଲା ପ୍ରାସାଶନ ସୂଚନା ଦେଇଛି । ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଛତିଶଗଡ଼ ଫେରନ୍ତା ବୋଲି ଜଣାପପଡ଼ିଛି । ସେ ଛତିଶଗଡ଼ରୁ ଫେରି ଚମ୍ପୁଆ ଟିଏମସି ରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟରରେ ଜଣାଇଛି ।

ଆକ୍ରାନ୍ତକୁ ଅଧିକ ଚିକିତ୍ସା ପାଇଁ କୋଭିଡ଼ ମେଡ଼ିକାଲକୁ ପଠେଇ ଦିଆଯାଇଛି । ଅନ୍ୟପଟେ ଜିଲ୍ଲାରେ ଆଜିକୁ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ୨୬ ରେ ପହଁଚିଛି । ଏଥିମଧ୍ୟରୁ ୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ ଆକ୍ରାନ୍ତ ସଂଖ୍ୟା ୧୮ ରହିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ