ETV Bharat / state

କେନ୍ଦୁଝରରୁ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ 12କୁ ବୃଦ୍ଧି

କେନ୍ଦୁଝରରେ କୋରୋନା ମାମଲା ବୃଦ୍ଧି ପାଉଥିବାବେଳେ ଆହୁରି ସତର୍କ ହେଉଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କୁ ଦିଆଯାଉଛି ଉପଯୁକ୍ତ ଚିକିତ୍ସା । ଅଧିକ ପଢନ୍ତୁ...

କେନ୍ଦୁଝରରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ 12କୁ ବୃଦ୍ଧି

author img

By

Published : May 25, 2020, 3:44 PM IST

କେନ୍ଦୁଝର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ସୋମବାର କେନ୍ଦୁଝର ଜିଲ୍ଲାରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଉକ୍ତ ଆକ୍ରାନ୍ତ ଜଣଙ୍କ ଚମ୍ପୁଆ ଅଞ୍ଚଳର ବୋଲି ଜଣା ପଡ଼ିଛି । ସେ ମୁମ୍ବାଇରୁ ଫେରିଥିବା ବେଳେ ଟିଏମସିରେ ରହିଥିଲେ । ଉକ୍ତ ଆକ୍ରାନ୍ତକୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

କେନ୍ଦୁଝରରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ 12କୁ ବୃଦ୍ଧି
କେନ୍ଦୁଝରରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ 12କୁ ବୃଦ୍ଧି

ତେବେ ଆଜିର ନୂଆ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୨ ଜଣ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ 4 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାର କୋରୋନା ସମ୍ପର୍କିତ ସମସ୍ତ ତଥ୍ୟ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ଜିଲ୍ଲା ପ୍ରଶାସନ ।

ବର୍ତ୍ତମାନ ରାଜ୍ୟରେ ମୋଟ 1438ଟି ମାମଲା ରିପୋର୍ଟ ହୋଇଥିବାବେଳେ, ସେଥିରେ 7 ଜଣଙ୍କର ମୃତ୍ୟୁ ହୋଇଛି । 550 ଜଣ ସୁସ୍ଥ ହୋଇଥିବାବେଳେ, 881ଟି ମାମଲା ସକ୍ରିୟ ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.