କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିପାଳ ଅଞ୍ଚଳରେ ମାତ୍ର କିଛି ଦିନର ନିରବତାପରେ ପୁଣି ଗୁରୁବାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅନ୍ଯ ଗୋଷ୍ଠୀର ଦୁଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଗୁରୁତର ଆହତ ଜଣକ ବାବୁ ବେହେରା ଓ ଚଟୁ ପାତ୍ର । ତାଙ୍କ ଘର କଂସକେନ୍ଦୁଆ ବୋଲି ଜଣାପଡିଛି । ଏହି ଗୋଷ୍ଠୀ ଆକ୍ରମଣରେ ଚଟୁ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥିବା ଜଣାପଡ଼ିଛି ।
ଖବର ଅନୁସାରେ, ବିଜେଡି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଆଧିପତ୍ୟ ବିସ୍ତାର ପାଇଁ ଏହି ବିବାଦ ଦୀର୍ଘଦିନ ଧରି ଲାଗି ରହିଛି । ଗୁରୁତର ଥିବା ବାବୁ ବେହେରା ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ