ETV Bharat / state

ତାମିଲନାଡୁରେ ଚୋରି କରି କେନ୍ଦୁଝରରୁ ବନ୍ଧାହେଲେ ଅଭିଯୁକ୍ତ - ତାମିଲନାଡୁ ଚୋରି

ତାମିଲନାଡୁରେ ଚୋରି, କେନ୍ଦୁଝରରେ ଗିରଫ । ତାମିଲନାଡୁରେ ଜଣଙ୍କ ଘରୁ ଚୋରି କରି ଓଡିଶା ପଳାଇ ଆସିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Oct 6, 2019, 10:19 AM IST

ଆନନ୍ଦପୁର: ତାମିଲନାଡୁରେ ଚୋରି, କେନ୍ଦୁଝରରେ ଗିରଫ । ତାମିଲନାଡୁରେ ଜଣଙ୍କ ଘରୁ ଚୋରି କରି ଓଡିଶା ପଳାଇ ଆସିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ବୟ ଘଷିପୁରା ଥାନା ଦରଡିପାଳ ଗ୍ରାମର ଗୌରାଙ୍ଗ ଜେନା ଓ ଶିବା ନାୟକ ବୋଲି ଜଣାପଡିଛନ୍ତି । ତେବେ ପୋଲିସ ଗୌରଙ୍ଗଙ୍କୁ ଗିରଫ କରିଥିବାବେଳେ ଶିବା ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁଯାୟୀ, ଗୌରାଙ୍ଗ ଓ ଶିବା ତାମିଲନାଡୁର ତିରୁଭନମିୟୁର ଥାନା ଅଞ୍ଚଳର ଲିୟାକତ ଅଲ୍ଲୀଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ପରେ ଦୁହେଁ ସୁଯୋଗ ଦେଖି ଲିୟାକତଙ୍କ ଘରୁ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଚୋରି କରି ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଲିୟାକତ ଅଲ୍ଲୀ ଗତ ଅଗଷ୍ଟ 14ତାରିଖରେ ଥାନାରେ ଅଭିଯୋଗ କରିଥିଲେ ।

ତାମିଲନାଡୁ ପୋଲିସ ଘଟଣାର ତଦନ୍ତ କରି 2 ଲୁଟେରାଙ୍କ ଘର ଓଡିଶାରେ ବୋଲି ଜାଣିବାକୁ ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁ ପୋଲିସ ସମ୍ପୃକ୍ତ ଯୁବକଙ୍କ ଘରେ ଚଢାଉ କରି ଗୌରଙ୍ଗକୁ ଗିରଫ କରିଛି । ଗିରଫ ପରେ ତାକୁ ତାମିଲନାଡୁ ନେଇଯାଇଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
Slug-ଚେନ୍ନାଇରୁ ଚୋରି କରି ଆନନ୍ଦପୁର ରୁ ବନ୍ଧାହେଲେ
ଆଙ୍କର-ଚୋରମାନେ ନିଜକୁ ଅତ୍ୟଧିକ ଚାଲାଖ ଭାବୁଥିବା ବେଳେ ଆଇନର ହାତ ଯେ କେତେ ଲମ୍ବା ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ସୂଚନା ମୁତାବକ ଚେନ୍ନାଇରୁ ଏକ ଚୋରଦଳ ଚୋରି କରି ଆସି ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଲୁଚିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଠାଇ ନେଇଛି ତାମିଲନାଡୁ ପୋଲିସ । ଉକ୍ତ ଅଭିଯୁକ୍ତମାନେ ହେଲେ ଗୌରାଙ୍ଗ ଜେନା ଓ ଶିବା ନାୟକ । ପୋଲିସ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଶିବା କିନ୍ତୁ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଛି । ଉଭୟଙ୍କ ଘର ଘଷିପୁରା ଥାନା ଅନ୍ତର୍ଗତ ଦରଡିପାଳ ଗ୍ରାମରେ । ସୂଚନା ଅନୁଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର ପୋଲିସ ଷ୍ଟେସନ ଅଞ୍ଚଳର ଲିୟାକତ ଅଲିଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ପରେ ଏ ଦୁହେଁ ସୁଯୋଗ ଦେଖି ଲିୟାକତଙ୍କ ଘରୁ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଚୋରି କରି ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଲିୟାକତ ଅଲି ଗତ ଅଗଷ୍ଟ ୧୪ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ତାମିଲନାଡୁ ପୋଲିସ ଘଟଣାର ତଦନ୍ତ କରି ୨ ଲୁଟେରାଙ୍କ ଘର ଓଡ଼ିଶାରେ ବୋଲି ଜାଣିବାକୁ ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁ ପୋଲିସ ସମ୍ପୃକ୍ତ ଯୁବକଙ୍କ ଘରେ ଚଢାଉ କରିଥିଲା । ପୋଲିସ ଗୌରାଙ୍ଗକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଶିବା କିନ୍ତୁ ପୋଲିସ ଆଖିରେ ଧୁଳିଦେଇ ଫେରାର ହେବାରେ ସକ୍ଷମ ହୋଇଛି । ଗୌରାଙ୍ଗକୁ ପୋଲିସ ଗିରଫ କରି ତାମିଲନାଡୁ ନେଇଯାଇଥିବା ଜଣାପଡିଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.