ETV Bharat / state

ଖବରକାଗଜ ପାଇଁ ଯିବାକୁ ପଡେ 10କିମି, ଜାଣନ୍ତୁ ଓଏଏସ ଅପୂର୍ବଙ୍କ କାହାଣୀ - ଆନନ୍ଦପୁର

ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛୋଟ ବେଳୁ ଥିଲା ଜନସେବା କାମ ଏବଂ ଗ୍ରାମର ବିଭିନ୍ନ ସମସ୍ୟା ପାଇଁ ପଦକ୍ଷେପ ନେବା । ଆଉ ସେହି ସ୍ବପ୍ନ ସେହି ସଂକଳ୍ପ ଆଜି ପୁରା ହୋଇଛି। ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚଙ୍କ ସଫଳତାର କାହାଣୀ...

ଚାକିରୀକୁ ତୁଚ୍ଛ କରି ଲୋକଙ୍କ ସେବାରେ ଲାଗିବେ ଓଏଏସ ଅପୂର୍ବ ରଞ୍ଜନ
ଚାକିରୀକୁ ତୁଚ୍ଛ କରି ଲୋକଙ୍କ ସେବାରେ ଲାଗିବେ ଓଏଏସ ଅପୂର୍ବ ରଞ୍ଜନ
author img

By

Published : Jan 9, 2020, 4:56 PM IST

Updated : Jan 9, 2020, 7:14 PM IST

ଆନନ୍ଦପୁର: ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛୋଟ ବେଳୁ ଥିଲା ଜନସେବା କାମ ଏବଂ ଗ୍ରାମର ବିଭିନ୍ନ ସମସ୍ୟା ପାଇଁ ପଦକ୍ଷେପ ନେବା । ଆଉ ସେହି ସ୍ବପ୍ନ ସେହି ସଂକଳ୍ପ ଆଜି ପୁରା ହୋଇଛି। ଛୋଟବେଳୁ ଭଲ ପଢିବା ସହ ଟାଟା କମ୍ପାନୀରେ ଚାକିରୀ ବି ମିଳିଥିଲା । ଦରମା ବି ଭଲ ମିଳୁଥିଲା, ହେଲେ ଆତ୍ମସନ୍ତୋଷ ନମିଳିବାରୁ ଚାକିରୀ ଛାଡି ଚାଲିଆସିଥିଲେ ଗାଁ କୁ । ଆଉ ଘରେ ରହି ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ । କେବଳ ସେତିକି ନୁହେଁ ପ୍ରଥମ ଥରରେ ହିଁ ସଫଳତା ପାଇଁ ଏବେ ସେ ଚର୍ଚ୍ଚାରେ । ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚଙ୍କ ସଫଳତାର କାହାଣୀ।

ଖବରକାଗଜ ପାଇଁ ଯିବାକୁ ପଡେ 10କିମି, ଜାଣନ୍ତୁ ଓଏଏସ ଅପୂର୍ବ ରଞ୍ଜନଙ୍କ କାହାଣୀ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚ। ବାପା ଶୁଭେନ୍ଦୁ କୁମାର ଜଣେ ଚାଷୀ । ଦୁଇ ଭାଇ ଭଉଣୀଙ୍କ ସହ ବାପା ମା ଏବଂ ୯୫ ବର୍ଷିୟ ବୁଢ଼ୀ ମାଙ୍କୁ ନେଇ ତାଙ୍କର ମଧ୍ୟବିତ୍ତ ପରିବାର। ବାପାଙ୍କୁ ଚାଷ କାମରେ ଦୁଇ ଭାଇ ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତି । ଖାଲି ଏତିକି ନୁହେଁ ଅପୂର୍ବ ରଞ୍ଜନ ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଥିଲେ । ଟାଟା କମ୍ପାନୀରେ ଚାକିରୀ ପାଇଥିଲେ । ହେଲେ ଲୋକଙ୍କ ସେବା କରିବା ନିଶା ତାଙ୍କୁ ବେଶି ଦିନ ବାନ୍ଧି ପାରିନଥିଲା । ଯାହା ଫଳରେ ଚାକିରୀ ଛାଡି ଗାଁ ରେ ରହି ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ। ଆଉ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇ ଗାଁକୁ ଗୌରବ ଆଣିଛନ୍ତି ଅପୂର୍ବ ।

ବହୁ ବାଧାବିଘ୍ନ ସାମ୍ନା କରିଛନ୍ତି ଅପୂର୍ବ । ଗାଁ କୁ ଖବର କାଗଜ ଆସେ ନାହିଁ ଯାହାଫଳରେ ସେହି ଦିନ ଖବର କାଗଜ ପଢିବା ପାଇଁ ଯିବାକୁ ପଡେ ୧୦ କଲୋମିଟର। ହେଲେ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ସଫଳତା ପାଇଛନ୍ତି ଅପୂର୍ବ। ଦିନକୁ ୮ ରୁ ୧୦ ଘଣ୍ଟା ପାଠ ପଢି ସଫଳତା ମିଳିବା ସହ ତାଙ୍କ ଉପରେ ବାପା ମାଆ ଓ ଭଗବାନଙ୍କ ଆଶୀର୍ବାଦ ରହିଛି ଓ ଲୋକଙ୍କ ସେବା ସେବା ପାଇଁ ସଦାସର୍ବଦା ଚେଷ୍ଟିତ ବୋଲି ଅପୂର୍ବଙ୍କ ବାପା ମାଆ କହିଛନ୍ତି ।

ଚାକିରୀ ଆଗରେ ଫିକା ପଡିଲା ଲୋକଙ୍କ ସେବାର ଝୁଙ୍କ ମନୋବଳ । ଦୃଢ଼ ଇଚ୍ଛାଶକ୍ତି ଏବଂ ଏକାଗ୍ରତା ଥିଲେ ନିଶ୍ଚୟ ଭାବେ ସଫଳତା ମିଳିବ ବୋଲି ପ୍ରମାଣ କରି ଦେଖାଇଛନ୍ତି ଅପୂର୍ବ ରଞ୍ଜନ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:0901_AND_PKG_OAS_R_anandapur
For_district_member

ଆଙ୍କର-ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ବେଳୁ ପିଲାର ଜନସେବା କାମ ଏବଂ ଗ୍ରାମର ବିଭିନ୍ନ ସମସ୍ୟା ପାଇଁ ପଦକ୍ଷେପ ନେବା ଇତ୍ୟାଦି ବାପା ମା ଙ୍କୁ ସ୍ୱପ ଦେଇଥିଲା କି ପୁଅ ପ୍ରଶାସନ ଅଧିକାରୀ ହୋଇ ଦେଶ ସେବା କରୁ। ପୁଅ ମଧ୍ୟ ସେହି ଆଶା ନେଇ ଭଲ ପଡ଼ିବା ସହ ଟାଟା କମ୍ପାନୀରେ ଚାକିରୀ କରିଥିଲା। ଦରମା ବି ଭଲ ମିଳୁଥିଲା ହେଲେ ଆତ୍ମା ସନ୍ତୋଷ ନମିଳିବାରୁ ଚାକିରୀ ଛାଡି ଚାଲିଆସିଥିଲେ ଗାଁ କୁ ଏବଂ ଘରେ ରହି ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲା ଆଉ ପ୍ରଥମ ଥର ରେ ହିଁ ପାଇଲା ସଫଳତା ସେ ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚ ଆସନ୍ତୁ ଦେଖିବା ଈଟିଭି ଭାରତ ର ଏଇ ରିପୋର୍ଟ

ଭିଓ-୧-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଶୁଭେନ୍ଦୁ କୁମାର ଆଇଚ ଙ୍କ ସାନ ପୁଅ ଅପୂର୍ବ ଆଇଚ ଯେକି ଓଏଏସ ପରୀକ୍ଷା ରେ ପ୍ରଥମ ଥରରେ ହିଁ ସଫଳତା ପାଇ ନିଜ ଗାଁ ର ଗୌରବ ଆଣିଛନ୍ତି। ବାପା ଜଣେ ଚାଷୀ ହୋଇଥିବା ବେଳେ ୨ ଭାଈ ଭଉଣୀ ସହ ବାପା ମା ଏବଂ ୯୫ ବର୍ଷ ବୁଢ଼ୀ ମାଙ୍କୁ ନେଇ ତାଙ୍କର ମଧ୍ୟବିତ୍ତ ପରିବାର। ବାପା ଚାଷକାମରେ ଲିପ୍ତ ଥିବା ବେଳେ ଦୁଇ ଭାଇ ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତି ଚାଷ କାମରେ। ପିଲାଟି ବେଳୁ ଭଲ ପଢ଼ୁଥିବା ବେଳେ ପଢା ପରେ ଅପୂର୍ବ ଟାଟା କମ୍ପାନୀରେ ଭଲ ଚାକିରୀ କରିଥିବା ବେଳେ ଚାକିରୀ ଛାଡି ଗାଁ କୁ ପଳାଇ ଆସିଥିଲେ ଏବଂ ଗାଁ ରେ ରହି ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ। ଏବଂ ପ୍ରଥମ ଥରରେ ହିଁ କୃତକାର୍ଯ୍ୟ ହୋଇଥିଲେ । ଯାହାକୁ ନେଇ ଆଜି ଗର୍ବିତ ବାପା ମା।

ବାଇଟି-୧-ଶୁଭେନ୍ଦୁ କୁମାର ଆଇଚ, ବାପା
ବାଇଟି-୨-ମନୋରମା ଆଇଚ, ମା

ଭିଓ-୨-ବହୁ ଅସୁବିଧା ରେ ସେ ପ୍ରସ୍ତୁତ ହେଉଥିଲେ କି ଯେଉଁ ଗାଁ କୁ ଖବର କାଗଜ ଆସେ ନାହିଁ ସେହି ଦିନ ଖବର କାଗଜ ପଢିବା ପାଇଁ ଯିବାକୁ ପଡେ ୧୦ କଲୋମିଟର। ହେଲେ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳତା ପାଇଛନ୍ତି ବୋଲି କହିଛନ୍ତି ଅପୂର୍ବ। ବାପା ଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ଦିନକୁ ୮/୧୦ ଘଣ୍ଟା ପଢା ପାଇଁ ପରିଶ୍ରମ କରିଥାନ୍ତି ଏବଂ ବାପା ମା ଓ ଗ୍ରାମବାସୀ ଙ୍କ ଆଶ୍ରିବାଦ ରେ ଏଇ ସଫଳତା ମିଳିପାରିଛି ଆଉ ଗାଁ ପୁଅ ର ଏଇ ସଫଳତା ପାଇଁ ଗ୍ରାମବାସୀ ମାନେ ଗର୍ବିତ ବୋଲି କହିଛନ୍ତି ଗ୍ରାମବାସୀ।

ବାଇଟି-୩-ନାରାୟଣ ବେହେରା, ଗ୍ରାମବାସୀ
ବାଇଟି-୪-ଅପୂର୍ବ ଆଇଚ,ଓଏଏସ ପୁଅ

FVO-ଦୃଢ଼ ଇଚ୍ଛା ଶକ୍ତି ଏବଂ ଏକାଗ୍ରତା ଥିଲେ ନିଶ୍ଚୟ ଭାବେ ସଫଳତା ମିଳିପାରିବ। ଯାହା ପ୍ରମାଣ କରି ଦେଖାଇଛନ୍ତି ଅପୂର୍ବ ରଞ୍ଜନ।(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)Body:XConclusion:X
Last Updated : Jan 9, 2020, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.