ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ

ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ....

author img

By

Published : Feb 10, 2020, 9:08 PM IST

aa
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ

କେନ୍ଦୁଝର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ଛାତ୍ରୀମାନେ ଅସାମାଜିକ ଲୋକଙ୍କ ଦ୍ବାରା ଅନେକ ସମୟରେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

ଏନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ହଷ୍ଟେଲ ବ୍ୟବସ୍ଥା ନଥିବାରୁ କେନ୍ଦୁଝର ସହରରୁ ପ୍ରାୟ 5 କିମି ଦୂରରୁ ପୁରୁଣା ବଜାରସ୍ଥିତ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସକୁ ଯିବାକୁ ପଡୁଛି । ବିପର୍ଯ୍ୟସ୍ତ ରାସ୍ତା ସହିତ ଆଲୋକ ବ୍ୟବସ୍ଥା ନଥିବାରୁ ଅସୁରକ୍ଷିତ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ।

ଏନେଇ ଜିଲ୍ଲାପାଳଙ୍କୁ ଭେଟି ବହୁବାର ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ କିଛି ସୁଫଳ ମିଳି ନଥିବା ପ୍ରକାଶ କରି ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଗେଟ ବନ୍ଦ କରି ଧାରଣା ଦେବା ସହ କ୍ୟାମ୍ପସରେ ପାଠପଢା ବନ୍ଦ ରଖିଛନ୍ତି । ପୋଲିସ ପହଞ୍ଚି ଆଲୋଚନା କରିଥିବାବେଳେ ଛାତ୍ରଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଆଶ୍ବାସନା ପରେ ଧାରଣାରୁ ଉଠିଥିବା ଜଣାପଡିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
Body:ଆଙ୍କର-ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଛାତ୍ରଛାତ୍ରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାସ୍ତା ନ ଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ଛାତ୍ରୀମାନେ ଅସାମାଜିକ ଲୋକଙ୍କ ଦ୍ବାରା ଅନେକ ସମୟରେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଜିଲାପାଳଙ୍କଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ହଷ୍ଟେଲ ବ୍ୟବସ୍ଥା ନ ଥିବାରୁ କେନ୍ଦୁଝର ସହରରୁ ପ୍ରାୟ ପାଞ୍ଚ କିମି ଦୂରରୁ ପୁରୁଣା ବଜାରସ୍ଥିତ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ଯିବାକୁ ପଡୁଛି। ବିପର୍ଯ୍ୟସ୍ତ ରାସ୍ତା ସହିତ ଆଲୋକ ବ୍ୟବସ୍ଥା ନ ଥିବାରୁ ଅସୁରକ୍ଷିତ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏନେଇ ଜିଲାପାଳଙ୍କୁ ଭେଟି ବହୁବାର ଦାବିପତ୍ର ପ୍ରଦାନ କରାଯାଇଛି।କିନ୍ତୁ କିଛି ସୁଫଳ ମିଳି ନଥିବା ପ୍ରକାଶ କରି ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ ଗେଟ ବନ୍ଦ କରି ଧାରଣା ଦେବା ସହ କ୍ୟାମ୍ପସ ରେ ପାଠ ପଢା ବନ୍ଦ ରଖିଛନ୍ତି । ପୋଲିସ ପହଞ୍ଚି ଆଲୋଚନା କରିଥିବାବେଳେ ଛାତ୍ରଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଆଶ୍ୱାସନା ପରେ ଧାରଣା ରୁ ଉଠିଥିଲେ ।

ବାଇଟ-୧- ସନ୍ଦୀପ ବି ନାୟର ( ଆନ୍ଦୋଳନରତ ଛାତ୍ର)

ବାଇଟ-୨-ଶ୍ରୀମୟୀ ପତି ( ଆନ୍ଦୋଳନରତ ଛାତ୍ରୀ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.