ETV Bharat / state

ଯୌତୁକ ଜୁଇରେ ପୁଣି ଜଳିଲା ଆଉ ଏକ ନବବଧୂ !

ବାହାଘରର ୮ ମାସ ନପୁରୁଣୁ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ଅଧିକ ଯୌତୁକ ଦାବିରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଯୌତୁକ ଜୁଇରେ ପୁଣି ଜଳିଲା ଆଉ ଏକ ନବବଧୂ !
ଯୌତୁକ ଜୁଇରେ ପୁଣି ଜଳିଲା ଆଉ ଏକ ନବବଧୂ !
author img

By

Published : Sep 4, 2020, 10:44 AM IST

Updated : Sep 4, 2020, 11:23 AM IST

ଆନନ୍ଦପୁର: ବାହାଘରର ୮ ମାସ ନପୁରୁଣୁ ଜଣେ ନବବଧୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଚଣ୍ଡୀବିରଂଚିପୁର ଗାଁ ରେ ଘଟିଛି । ତେବେ ଅଧିକ ଯୌତୁକ ଦାବିରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଯୌତୁକ ଜୁଇରେ ପୁଣି ଜଳିଲା ଆଉ ଏକ ନବବଧୂ !

ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ଘଷିପୁରା ଗାଁର ରାମଚନ୍ଦ୍ର ସାହୁଙ୍କ ଝିଅ ଅନିତାଙ୍କର ଗତ ଜାନୁଆରୀ ୩୧ ତାରିଖରେ ହାଟଡ଼ିହି ବ୍ଲକ ଚଣ୍ଡୀବିରଂଚିପୁର ଗାଁର ସ୍ବର୍ଗତ ବାବାଜୀ ସାହୁଙ୍କ ସାନପୁଅ ପ୍ରଭାତ ସହିତ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା। ବାହାଘର ସମୟରେ ଦାବି ମୁତାବକ ଯୌତୁକ ଦିଆ ଯାଇଥିଲେ ମଧ୍ୟ ବାହାଘର ପରେ ଅଧିକ ଅର୍ଥ ଏବଂ ଗୋଟିଏ ମୋଟରସାଇକେଲ ଦାବି କରିବା ସହିତ ଅନିତାକୁ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକେ। ଏନେଇ ଅନିତା ବାପଘରକୁ ଜଣାଇବା ପରେ ଅନିତାଙ୍କ ଭାଇ ସେଠାକୁ ଯାଇ ବୁଝାସୁଝା କରି ଆସିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା।

ଚଳିତ ମାସ ୧ ତାରିଖ ସନ୍ଧ୍ୟାରେ ଅଚାନକ ଅନିତା ତାଙ୍କ ଭାଇଙ୍କୁ ଫୋନ କରି କହିଲେ ଯେ କାଶ ଔଷଧ ବୋତଲରେ ତାଙ୍କୁ ଔଷଧ ଥିବା କହି ବିଷ ପିଆଇଦେଇଛନ୍ତି ସ୍ବାମୀ। ଅନିତାଙ୍କ ଭାଇ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ ନେଇ ଯାଇଥିଲେ ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏପଟେ କଟକରୁ ଫେରିବା ରାସ୍ତାରେ ଅନିତାଙ୍କ ସ୍ବାମୀ ପ୍ରଭାତ ରାସ୍ତା ମଝିରୁ ଚମ୍ପଟ ମାରିଛନ୍ତି। ଏନେଇ ପରିବାର ଲୋକେ ନନ୍ଦିପଦା ଥାନା ଘେରାଉ କରିବା ସହିତ ଶାଶୂଘର ନାଁ ରେ ଥାନାରେ ଏତଲା ଦେଇଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Sep 4, 2020, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.