ETV Bharat / state

ଓଲଟିଲା ସୋରିଷ ତେଲ ବୋଝେଇ ମିନିଟ୍ରକ, ବୋହି ନେଲେ ଲୋକେ - କେନ୍ଦୁଝର

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ 20ନମ୍ବର ଜାତୀୟ ରାଜପଥ ଗୋଳାବନ୍ଧ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲେ ବି କିଛି ମଜାଦାର ଦୃଶ୍ୟ ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 26, 2019, 2:06 PM IST

କେନ୍ଦୁଝର: ସୋରିଷ ତେଲ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ 20ନମ୍ବର ଜାତୀୟ ରାଜପଥ ଗୋଳାବନ୍ଧ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲେ ବି କିଛି ମଜାଦାର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ଗାଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ମାଲାମାଲ୍ ହୋଇଛନ୍ତି ଲୋକେ ।

ସୂଚନା ଅନୁସାରେ, ମିନିଟ୍ରକ ଓଲଟିଯିବାରୁ ତେଲ ପ୍ୟାକେଟ ଗୁଡିକ ରାସ୍ତା କଡରେ ପଡିଯାଇଥିଲା। ଗାଡି ପାଖରେ କେହି ନଥିବାର ସୁଯୋଗ ନେଇ ଆଖପାଖ ଅଞ୍ଚଳର ଲୋକେ ତେଲ ଗୁଡିକୁ ବୋହି ନେଇଯାଇଥିଲେ । ଏପରିକି ରାସ୍ତା ଦେଇ ଯାଉଥିବା ଲୋକେ ମଧ୍ୟ ଗାଡ଼ିରୁ ଓହ୍ଲାଇ ତେଲ ପେଟି ଗୁଡିକୁ ବୋହି ନେଇଯାଇଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ପାଖାପାଖି 10 ମିନିଟ ମଧ୍ୟରେ ଗାଡ଼ିରୁ ସବୁ ତେଲ ଗାୟବ ହୋଇଯାଇଥିଲା । ଏପରିକି ତେଲ ନେବା ସମୟରେ ଲୋକଙ୍କ ମଧ୍ୟରେ ଟଣାଓଟରା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-ଓଲଟିଲା ସୋରିଷ ତେଲ ବୋଝେଇ ମିନି ଟ୍ରକ,ବୋହି ନେଇଗଲେ ଲୋକେ
ଆଙ୍କର- ଘଟଗାଁ ଥାନା ଅନ୍ତର୍ଗତ 20ନମ୍ବର ଜାତୀୟ ରାଜପଥ ଗୋଳାବନ୍ଧ ଗ୍ରାମନିକଟରେ ଆଜି ଏକ ସୋରିଷ ତେଲ ବୋଝେଇ ମିଟି ଟ୍ରକ ଓଲଟି ପଡିଥିଲା। ଘଟଣା ଘଟିବା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗାଡି ଓଲଟି ଯିବାରୁ ତେଲ ପ୍ୟାକେଟ ଗୁଡିକ ରାସ୍ତା କଡରେ ପଡିଯାଇଥିଲା। ଗାଡି ପାଖରେ କେହି ନଥିବାର ସୁଯୋଗ ନେଇ ଆଖପାଖ ଅଞ୍ଚଳର ଲୋକେ ତେଲ ଗୁଡିକୁ ବୋହି ନେଇଯାଇଥିଲେ। ଏପରିକି ରାସ୍ତାଦେଇ ଯାଉଥିବା ଲୋକେ ଗାଡ଼ିରୁ ଓଲ୍ହାଇ ତେଲ ପେଟି ଗୁଡିକ ବୋହି ନେଇଯାଇଥିଲେ। ପାଖାପାଖି 10 ମିନିଟ ମଧ୍ୟରେ ଗାଡ଼ିରୁ ସବୁତେଲ ଲୋକେ ନେଇଯାଇଥିଲେ।ତେବେ ନେବା ସମୟରେ ଲୋକଙ୍କ ମଧ୍ୟରେ ଟଣା ଓଟରା ହେଉଥିବାର ଦେଖିବାକୁ ମିଳିଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.