ETV Bharat / state

ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କ ଗଳାକାଟି ହତ୍ୟା - murder

ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କ ଗଳାକାଟି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦୁଝର ଯାଜପୁର ସୀମାବର୍ତ୍ତି ବୋର୍ଡର ଛକର ରାସ୍ତା ପାର୍ଶ୍ବରେ ଘଟିଛି ଏହି ହତ୍ୟାକାଣ୍ଡ ।

author img

By

Published : Jun 7, 2019, 2:01 PM IST

କେନ୍ଦୁଝର: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କ ଗଳାକାଟି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦୁଝର ଯାଜପୁର ସୀମା ବୋର୍ଡର ଛକର ରାସ୍ତା ପାର୍ଶ୍ବରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ଜନିନ୍ଦାପାଳ ଗ୍ରାମର ନିରଞ୍ଜନ ସାହୁ(୪୦) ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଅନେକ ଦିନ ହେବ ନିରଞ୍ଜନଙ୍କର ବଚସା ହୋଇଥିଲା । ଯାହାଫଳରେ ଅନେକଥର ଦୁହିଁଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେଉଥିଲା । ସେହି ବ୍ୟକ୍ତି ଜଣଙ୍କ ନିରଞ୍ଜନଙ୍କୁ ଅନେକ ଥର ହତ୍ୟା ଧମକ ମଧ୍ୟ ଦେଇଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି । ତେବେ ସେହି ବ୍ୟକ୍ତି ଜଣଙ୍କ ଏହି ହତ୍ୟାକାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି | ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅଞ୍ଚଳବାସୀ ବ୍ରାହ୍ମଣୀପାଳ-ଡୁବୁରୀ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ସେପଟେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.