ETV Bharat / state

କେନ୍ଦୁଝର ରେଞ୍ଜରେ 10ରୁ ଊର୍ଦ୍ଧ୍ବ ହାତୀଙ୍କ ଉତ୍ପାତ, ଲୋକେ ଆତଙ୍କିତ

କେନ୍ଦୁଝର ସହର ନିକଟରେ ଦଶରୁ ଊର୍ଦ୍ଧ୍ବ ହାତୀ ଫସଲ ନଷ୍ଟ କରି ତାଣ୍ଡବ ଲୀଳା ମଚାଇଥିବା ଦେଖିବାକୁ ମିଳିଛି । ହାତୀପଲଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି ।

author img

By

Published : Aug 11, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଏବେ ସବୁ ରେଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । କେଉଁଠି ଘର ଭାଙ୍ଗୁଛନ୍ତି, ତ କେଉଁଠି ଚାଉଳ ଖାଇ ଫସଲ ନଷ୍ଟ କରୁଛନ୍ତି ହାତୀ । ତେବେ ଆଜି କେନ୍ଦୁଝର ସହର ନିକଟରେ ଦଶରୁ ଊର୍ଦ୍ଧ୍ବ ହାତୀ ଫସଲ ନଷ୍ଟ କରି ତାଣ୍ଡବ ଲୀଳା ମଚାଇଥିବା ଦେଖିବାକୁ ମିଳିଛି ।

ହାତୀପଲଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ଲୋକଙ୍କୁ ହାତୀ ପାଖକୁ ନ ଯିବା ପାଇଁ ମାଇକ ଯୋଗେ ସୂଚାଇ ଦିଆଯାଉଛି । ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ଯାଇ ହାତୀଙ୍କ ସହ ନ ଲାଗି ତାଙ୍କୁ ଉତ୍ତେଜିତ ନ କରିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛନ୍ତି ବନବିଭାଗ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେପଟେ ହାତୀପଲଙ୍କୁ ଜମୁଣାଳିଆ ଜଙ୍ଗଲ ଦେଇ ମୈଦାନକେଲ ଜଙ୍ଗଲକୁ ତଡିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ । ସୂଚନା ଥାଉକି, ହାତୀ ଆକ୍ରମଣରେ କିଛି ଦିନ ଭିତରେ 10ରୁ ଅଧିକ ଜୀବନ ଗଲାଣି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- କେନ୍ଦୁଝର ସହର ନିକଟରେ ଦଶ ରୁ ଉର୍ଦ୍ଧ୍ବ ହାତୀ,ଲୋକ ଆତଙ୍କିତBody:ଆଙ୍କର- କେନ୍ଦୁଝର ଜିଲ୍ଲାରେ ଏବେ ସବୁ ରେଞ୍ଜରେ ହାତୀ ଆତଙ୍କରାଜ ଚଳାଇଛନ୍ତି । କୋଉଠି ଘର ଭାଙ୍ଗିଲାଣି ତ କୋଉଠି ଚାଉଳ ଖାଇ ଫସଲ ନଷ୍ଟ କଲାଣି । ଦଶ ରୁ ଉର୍ଦ୍ଧ୍ବ ଲୋକଙ୍କୁ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଆଜି କେନ୍ଦୁଝର ସହର ନିକଟରେ ଦଶ ରୁ ଉର୍ଦ୍ଧ୍ବ ହାତୀ ଫସଲ ନଷ୍ଟ କରି ତାଣ୍ଡବ ଲୀଳା ମଚେଇଛନ୍ତି । ଏହି ହାତୀ କୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ଲୋକଙ୍କୁ ହାତୀ ପାଖକୁ ନଯିବା ପାଇଁ ମାଇକ ଯୋଗେ ସୂଚାଇ ଦିଆ ଯାଉଛି । ଏହି ହାତୀପଲ ଅଞ୍ଚଳ ରେ କିଛି ବିଲରେ ଧାନ ଖାଇଯାଇଛନ୍ତି । ହାତୀ ପଲଙ୍କ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ବନବିଭାଗ କର୍ମଚାରୀ ଗ୍ରାମବାସୀ ମନେ ଜଙ୍ଗଲ ଭିତରକୁ ଯାଇ ହାତୀଙ୍କ ସହ ନ ଲାଗି ତାଙ୍କୁ ଉତେଜିତ ନ କରିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରୁଛନ୍ତି । ହାତୀ ପଲଙ୍କୁ ଜମୁଣାଳିଆ ଜଙ୍ଗଲ ଦେଇ ମୈଦାନକେଲ ଜଙ୍ଗଲକୁ ତଡିବାକୁ ଚେଷ୍ଟା ଜାରି ରଖିଛନ୍ତି । ହାତୀ ଗୁଡିକୁ ବିଭାଗ ପକ୍ଷରୁ ଘଉଡାଇବା ଫଳରେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛନ୍ତି।
ବାଇଟ-୧-ନିଲୁ ମହାନ୍ତ( ସ୍ଥାନୀୟ ଯୁବକ1)
ବାଇଟ-୨-କୁମୁଦୁନି ପଟ୍ଟନାୟକ( ଜଙ୍ଗଲ ବିଭାଗ ଅଧିକାରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.