ETV Bharat / state

ଟ୍ରକରୁ ମୋବାଇଲ ଚୋରି କରୁଥିବାବେଳେ ଧରାପଡିଲା ଚୋର - mobile stealing in truck thief caught

କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଶଙ୍କରପୁର ଠାରେ ଛିଡା ହୋଇଥିବା ଟ୍ରକରୁ ବାରମ୍ବାର ମୋବାଇଲ, ଟଙ୍କା ଚୋରି ହେଉଥିବା ଅଭିଯୋଗ ହେଉଥିଲା । ଆଜି ଏହି ଟ୍ରକ ଗୁଡିକରୁ ଚୋରି କରୁଥିବାବେଳେ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି କିଛି ଟ୍ରକ ଡ୍ରାଇଭର । ଅଧିକ ପଢନ୍ତୁ...

ଟ୍ରକରୁ ମୋବାଇଲ ଚୋରି କରୁଥିବା ବେଳେ ଚୋରକୁ କାବୁ କଲେ ଲୋକେ

author img

By

Published : Mar 11, 2021, 4:56 PM IST

କେନ୍ଦୁଝର : ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଶଙ୍କରପୁର ଠାରେ ଛିଡା ହୋଇଥିବା ଟ୍ରକରୁ ବାରମ୍ବାର ମୋବାଇଲ ଓ ଟଙ୍କା ଚୋରି ହେଉଥିବା ଅଭିଯୋଗ ହେଉଥିଲା । ଆଜି ଏହି ଟ୍ରକ ଗୁଡିକରୁ ଚୋରି କରୁଥିବାବେଳେ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି କିଛି ଟ୍ରକ ଡ୍ରାଇଭର । ଦୁଇ ଜଣ ଚୋର ଆସି ମୋବାଇଲ ଚୋରି କରି ଲୁଚିଥିବାବେଳେ ପାଖରେ ଥିବା ଟ୍ରକ ଡ୍ରାଇଭରମାନେ ତାଙ୍କ ଭିତରୁ ଜଣକୁ କାବୁ କରିଥିବାବେଳେ ଜଣେ ଖସି ଫେରାର ହେବାରେ ସଫଳ ହୋଇଥିଲା ।

ଟ୍ରକରୁ ମୋବାଇଲ ଚୋରି କରୁଥିବା ବେଳେ ଚୋରକୁ କାବୁ କଲେ ଲୋକେ

ପରେ କାବୁ କରିଥିବା ଯୁବକକୁ ଗଛରେ ବାନ୍ଧି ଦେଇଥିଲେ ଟ୍ରକ ଡ୍ରାଇଭରମାନେ । ଚୋରଟିର ପରିଚୟ ସ୍ଥାନୀୟ ପୁରୁଣା ବଜାରର ଜଟି ମାହାନା ବୋଲି ଜଣାପଡ଼ିଛି । ଉକ୍ତ ମୋବାଇଲ ଚୋର ନିକଟରୁ ପାଞ୍ଚୋଟି ମୋବାଇଲ ମିଳିଥିବା ସୂଚନା ମିଳିଛି । ସଦର ପୋଲିସ ଖବର ପାଇ ସେଠାରେ ପହଞ୍ଚି ଯୁବକକୁ ଗିରଫ କରି ଥାନାକୁ ନେଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.