ETV Bharat / state

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ - ଆଦିବାସୀ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ଏକାନ୍ତ ଅନୁଗତ ତଥା ଆଦିବାସୀ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୭୮ ବର୍ଷ ହୋଇଥିଲା ।

ସହରାଇ ଓରାମ
ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ
author img

By

Published : Apr 17, 2020, 9:10 PM IST

କେନ୍ଦୁଝର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ଆଜି ତାଙ୍କର ଏକାନ୍ତ ଅନୁଗତ ତଥା ଆଦିବାସୀ ମନ୍ତ୍ରୀ ଥିବା କେନ୍ଦୁଝର ଜିଲ୍ଲାର ସହରାଇ ଓରାମଙ୍କ ଅପରାହ୍ନରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୭୮ ବର୍ଷ ହୋଇଥିଲା । ନିଜ ଘରଭଦ୍ରା ସାହି ବଡବିଲ ଠାରେ ସେ ରୋଗଗ୍ରସ୍ତ ଥିବା ଅବସ୍ଥାରେ ଚିକିତ୍ସିତ ହେଉଥିଲେ ।

ସହରାଇ ଓଡିଶା ରାଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ସେ 5ଥର କାର୍ଯ୍ୟ କରିଛନ୍ତି । ୧୯୭୧, ୧୯୭୭, ୧୯୮୦, ୧୯୯୦ ଓ ୨୦୦୦ ମସିହାର ଓଡିଶା ବିଧାନସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଥିବାରୁ ୧୯୯୦ ମସିହା ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ସେ ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ବେଶ ପରିଚିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.