ETV Bharat / state

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନ ଶିକ୍ଷକ ନିଲମ୍ବିତ - ଛାତ୍ରୀଙ୍କୁ ଅସଦାଚରଣ

ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ପ୍ରଧାନଶିକ୍ଷକ । ଘଟଣା ପରେ ହଷ୍ଟେଲ ଛାଡିଲେ ୧୫ ଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯୋଡା ବ୍ଳକ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆଗକୁ ପଢନ୍ତୁ...

ଛାତ୍ରୀଙ୍କୁ ଅସଦାଚରଣ
author img

By

Published : Nov 16, 2019, 7:21 PM IST

Updated : Nov 16, 2019, 9:32 PM IST

କେନ୍ଦୁଝର: ପୁଣି ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ। ଯୋଡା ବ୍ଳକ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ବାଣେଶ୍ଵର ପାତ୍ର ବିଭିନ୍ନ ସମୟରେ ମଦ୍ୟପାନ କରି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରନ୍ତି । ଖାଲି ସେତିକି ନୁହେଁ ତାଙ୍କୁ ସ୍କୁଲ ଓ ହଷ୍ଟେଲ କ୍ୟାମ୍ପସରେ ଶ୍ରମିକ ମାନଙ୍କ ଭଳି କାମ ମଧ୍ୟ କରାନ୍ତି । ଗତ ଶନିବାର ରାତିରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ହଷ୍ଟେଲରେ ପସି ଝିଅମାନଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା ।

ଛାତ୍ରୀଙ୍କୁ ଅସଦାଚରଣ

ଯାହାକୁ ମୁଣ୍ଡ ପାତି ସହିଯାଇଥିଲେ ପିଲାମାନେ । ହେଲେ ଶୁକ୍ରବାର ସଂଧ୍ୟାରେ ଶିକ୍ଷକ ଜଣଙ୍କ ମାତାଲ ଅବସ୍ଥାରେ ଛାତ୍ରୀଙ୍କୁ ପାଟିତୁଣ୍ଡ କରିବା ସହ ଖାଇ ସାରି ରୁମକୁ ଆସିବାକୁ କହିଥିଲେ । ଯାହା ଶୁଣି ପିଲାମାନେ ଡରି ଯାଇଥିଲେ । ଅନ୍ଧାର ହେବାରୁ ୧୫ ଜଣ ଝିଅ ଭୟରେ ହଷ୍ଟେଲ ଛାଡ଼ି ପାଖରେ ଥିବା ଜଣେ ଅଭିଭାବକଙ୍କ ଘରକୁ ଯାଇଥିଲେ ।

ଅଭିଭାବକ ଜଣଙ୍କ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଜଣାଇବା ସହ ପୋଲିସକୁ ଜଣାଇଥିଲେ । ରାତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିବା ସହ ଅନ୍ୟ ମହିଳା ଶିକ୍ଷୟିତ୍ରୀଙ୍କୁ ପିଲାଙ୍କୁ ହସ୍ତାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ସ୍କଗ - ୫ ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ , ସଂଧ୍ୟାରେ ହଷ୍ଟେଲ ଛାଡିଲେ ୧୫ ଛାତ୍ରୀ ।
ଆଙ୍କର- ପୁଣି ଗୁରୁ ଶିଷ୍ୟ ପବିତ୍ର ବନ୍ଧନରେ ଲାଗିଲା କଳଙ୍କ ' ଯୋଡା ବ୍ଳକ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏ ପରି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ବାଣେଶ୍ଵର ପାତ୍ର ବିଭିନ୍ନ ସମୟରେ ମଦ୍ୟପାନ କରି ଛୋଟ ଝିଅ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଖୁଲଜ କରନ୍ତି । ଖାଲି ସେତିକି ନୁହେଁ ତାଙ୍କୁ ସ୍କୁଲ ଓ ହଷ୍ଟେଲ କ୍ୟାମ୍ପସ ରେ ଶ୍ରମିକ ମାନଙ୍କ ଭଳି କାମ ମଧ୍ୟ କରାନ୍ତି । ଗତ ଶନିବାର ରାତିରେ ପ୍ରଧାନ ଶିକ୍ଷକ ମଦ୍ଯପ ଅବସ୍ଥାରେ ହଷ୍ଟେଲରେ ଝିଅ ମାନଙ୍କୁ ଟଣା ଓଟରା କରିଥିଲେ । ଯାହାକୁ ମୁଣ୍ଡ ପାତି ସହିଯାଇଥିଲେ ପିଲାମାନେ । ହେଲେ ଗତକାଲି ସିଂଧ୍ୟରେ ଶିକ୍ଷକ ଜଣଙ୍କ ମାତାଲ ଅବସ୍ଥାରେ ଝିଅଙ୍କୁ ପାଟିତୁଣ୍ଡ କରି ଖାଇ ସାରି ରୁମକୁ ଆସିବାକୁ କହିଥିଲେ । ଯାହା ଶୁଣି ପିଲାମାନେ ଡରି ଯାଇଥିଲେ । ଅନ୍ଧାର ହେବାରୁ ୧୫ ଜଣ ଝିଅ ଭୟ ରେ ହଷ୍ଟେଲ ଛାଡ଼ି ପାଖରେ ଥିବା ଜଣେ ଅଭିଭାବକଙ୍କ ଘରକୁ ଯାଇଥିଲେ । ଅଭିଭାବକ ଜଣଙ୍କ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଜଣାଇବା ସହ ପୋଲିସକୁ ଜଣାଇଥିଲେ । ରାତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିବା ସହ ଅନ୍ୟ ମହିଳା ଶିକ୍ଷତ୍ରୀଙ୍କୁ ପିଲାଙ୍କ ହସ୍ତାନ୍ତର କରିଥିଲେ ।ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁConclusion:
Last Updated : Nov 16, 2019, 9:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.