କେନ୍ଦୁଝର: ପ୍ରଥମେ ନିଖୋଜ ପରେ ନାବାଳିକାକୁ ଗଣଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ହଳଦିଆଗୁଣା ଗାଁରେ। ସୂଚନାନୁସାରେ ଗତ ୨୦ ତାରିଖ ଦିନ ଗାଁରେ ଝୁମର ନାଚ ଦେଖିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ ନାବାଳିକା । ନାଚ ଚାଲିଥିବାବେଳେ ଝିଅକୁ ପାଇନଥିଲେ ମା’ ।
ଏନେଇ ପରିବାରକୁ ଜଣାଇବା ସହ ବହୁ ଖୋଜାଖୋଜି ପରେ ଝିଅକୁ ନପାଇ ଗତକାଲି(ଶୁକ୍ରବାର) ସଦର ଥାନାରେ ଅଭିଯୋଗ କରିଥିଲେ । ଆଉ ଅଭିଯୋଗ ପାଇବା ପରେ ପୋଲିସ ଗାଁର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା। ତେବେ ଏହି ଘଟଣାରେ ଆଜି (ଶନିବାର) ନିଖୋଜ ନାବାଳିକାଙ୍କ ମୃତଦେହ ଗାଁର ଏକ ପଡିଆରୁ ପାଇବା ସହ ପୋଲିସକୁ ଖବର ଦେଇଥିଲେ।
ସେପଟେ ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ପାରିପାର୍ଶ୍ବକ ସ୍ଥିତିକୁ ଦେଖି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ