କେନ୍ଦୁଝର: ପୁଅ ବୁଝିଲାନି ମମତାର ମୂଲ୍ୟ । ଡ୍ରେସ କିଣିବା ପାଇଁ ପଇସା ନ ଦେବାରୁ ଟାଙ୍ଗିଆରେ ହାଣି ମାଆକୁ ହତ୍ୟା କଲା ୧୦ ବର୍ଷର ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଉପର ବରଡ଼ା ଗାଁରେ । ଗାଁର ମୁଗ ସାନ୍ତାଙ୍କ ପୁଅ ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଥିବାରୁ ମାଆକୁ ଡ୍ରେସ କିଣିବାପାଇଁ ଟଙ୍କା ମାଗିଥିଲା ।
ମୁଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପଇସା ଦେଇ ପାରିନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ । ଏହା ଦେଖି ସ୍ଥାନୀୟ ଲୋକେ ଖବର ପାଇ ନୟାକୋଟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖିଛି ।
ଇଟିଭି ଭାରତ, କେନ୍ଦୁଝର