ETV Bharat / state

ପ୍ରଶାସନ ଅବହେଳା ଅଭିଯୋଗ, ଧାରଣାରେ ବସିବେ ଖଣି କ୍ଷତିଗ୍ରସ୍ତ - କେନ୍ଦୁଝର ଖଣି ଅଞ୍ଚଳ

ଓଏମସି ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ଅଞ୍ଚଳ ବିକାଶ କ୍ଷେତ୍ରରେ ଖଣି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଆଗାମୀ ଅକ୍ଟୋବର 1 ରୁ ପାଞ୍ଚ ପଞ୍ଚାୟତବାସୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । ଅଧିକ ପଢନ୍ତୁ...

kendujhar
ପ୍ରଶାସନ ଅବହେଳା ଅଭିଯୋଗ, ଧାରଣାରେ ବସିବେ ଖଣି କ୍ଷତିଗ୍ରସ୍ତ
author img

By

Published : Sep 28, 2021, 7:17 PM IST

କେନ୍ଦୁଝର: ପ୍ରଶାସନ ଅବହେଳା ଅଭିଯୋଗ, ଧାରଣାରେ ବସିବେ ଖଣି କ୍ଷତିଗ୍ରସ୍ତ। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଓଏମସି ଖଣି ଦ୍ବାରା ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ପ୍ରଭାବିତ ହେଉଛନ୍ତି । ଏହି କ୍ଷତିଗ୍ରସ୍ତ ଅଞ୍ଚଳ ବିକାଶ କ୍ଷେତ୍ରରେ ଖଣି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଆଗାମୀ ଅକ୍ଟୋବର 1 ରୁ ପାଞ୍ଚ ପଞ୍ଚାୟତବାସୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ।

ପ୍ରଶାସନ ଅବହେଳା ଅଭିଯୋଗ, ଧାରଣାରେ ବସିବେ ଖଣି କ୍ଷତିଗ୍ରସ୍ତ

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଓଏମସି ଖଣି ଦ୍ବାରା ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ପ୍ରଭାବିତ ହୋଇଛନ୍ତି । ଏହି କ୍ଷତିଗ୍ରସ୍ତ ଅଞ୍ଚଳ ବିକାଶ କ୍ଷେତ୍ରରେ ଖଣି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଉକ୍ତ ସମସ୍ତ ପଞ୍ଚାୟତରେ ସବୁ ଅଧିବାସୀ ମୁଖ୍ୟତଃ ଆଦିମ ଜନଜାତି, ହରିଜନ ଶ୍ରେଣୀର । କିନ୍ତୁ ଏହି ମୂଳ ଅଧିବାସୀଙ୍କ ବିକାଶ ପାଇଁ ଖଣି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବାବେଳେ ଗଢି ଉଠିଥିବା ଲୋଡିଂ ଏଜେନ୍ସି ଓ ସୋସାଇଟିକୁ ମଧ୍ୟ ଅବହେଳା କରୁଥିବା ଅଭିଯୋଗ ହେଉଛି । ଏହି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ କୋ ଅପରେଟିଭ ସୋସାଇଟିରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଛି । ଏନେଇ ଉକ୍ତ ପଞ୍ଚାୟତର କ୍ଷତିଗ୍ରସ୍ତ ଲୋକଙ୍କୁ ସଦସ୍ୟତା କରାଯାଉନଥିବାବେଳେ ଉକ୍ତ ଦୁଇ ସଂସ୍ଥାରେ ସ୍ବଚ୍ଛତା ବଜାୟ ରହୁନଥିବା ଅଭିଯୋଗ ହୋଇଆସୁଛି ।

ଏନେଇ କ୍ଷତିଗ୍ରସ୍ତ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରୁଥିଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ । ତେଣୁ ଆଗାମୀ ଅକ୍ଟୋବର ଏକ ତାରିଖରୁ ପାଞ୍ଚ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଶୁଆକାଠିସ୍ଥିତ ଏଜେନ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି । ଏନେଇ ଗ୍ରାମବାସୀ ମୁଠି ଚାଉଳ ସଂଗ୍ରହ କରାଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.