ETV Bharat / state

ସାର ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ଗାଁର ସାର ବ୍ୟବସାୟୀଙ୍କ ଘରୁ ଲୁଟ୍ । ଅଧିକ ପଢନ୍ତୁ...

author img

By

Published : Oct 20, 2020, 8:18 PM IST

ସାର ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ୍
ସାର ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ଦୁଝର: ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ଗ୍ରାମରେ ଦିନ ଦ୍ବିପ୍ରହରରେ ଲୁଟ୍ । ଗାଁର ସାର ବ୍ୟବସାୟୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ଘରୁ ଲୁଟ୍ ହୋଇଛି । ଡକାୟତମାନେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।

ସାର ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ୍

ସୂଚନା ଅନୁଯାୟୀ ଆନନ୍ଦ ସାହୁ ଗାଁ ବାହାରେ ରହୁଥିବାବେଳେ ଗାଁରେ ଏକ ସାର ଦୋକାନ କରିଥିଲେ । ଆଜି(ମଙ୍ଗଳବାର) କୌଣସି କାର୍ଯ୍ୟରେ ଘରେ ତାଲା ପକାଇ ବାହାରକୁ ଯାଇଥିଲେ । ଏହି ସମୟରେ ସୁଯୋଗ ନେଇ ଡକାୟତମାନେ ଲୁଟ୍ କରିଛନ୍ତି ।

ତେବେ ଆନନ୍ଦ ସାହୁ ଘରେ ପହଞ୍ଚି ଲୁଟ୍ ବାବଦରେ ଜାଣିବା ପରେ ଏନେଇ ଥାନାରେ ଏତଲା ଦେଇଛନ୍ତି । ଆନନ୍ଦଙ୍କ ଅଭିଯୋଗ ଅନୁଯାୟୀ ଡକାୟତମାନେ ତାଙ୍କର ନଗଦ 4 ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.