କେନ୍ଦୁଝର: ଫେବୃୟାରୀ 19ରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଏନେଇ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡା ସୁରକ୍ଷା ମଧ୍ୟରେ ଲକର ଭିତରେ ପ୍ରଶ୍ନପତ୍ର ରହିଥିବା ବେଳେ ଅନେକ ସେନସିଟିଭି ବୁଥରେ ସିସିଟିଭି ମଧ୍ୟ ଲଗାଯାଇଛି।
ଏଥିପାଇଁ ମୋଟ ୧୩୦ ଟି ସେଣ୍ଟର କରାଯାଇ ଥିବାବେଳେ ମୋଟ ୨୪୪୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୧୧ ନୋଡାଲ ସେଣ୍ଟର କରାଯିବା ସହ ପ୍ରଶ୍ନପତ୍ରକୁ ୨୪ ଘଣ୍ଟିଆ ପ୍ରହରୀ ସୁରକ୍ଷିତ ଭାବରେ ରଖାଯାଇଛି ।
ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ ଅନ୍ୟବର୍ଷ ପରି ଲୁହାପଥର ପରିବହନକାରୀ ଟ୍ରକକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କପି ରୋକିବା ପାଇଁ ବିଭିନ୍ନ ପ୍ରକାର ସ୍କ୍ବାଡ଼ ମଧ୍ୟ କରାଯାଇଛି। ଆଉ ଯେଉଁ ସେଣ୍ଟର ସମ୍ମୁଖରେ ଲୋକମାନେ ଭିଡ଼ କରି ଅସଦ ଉପାୟରେ କପି ଦେବାକୁ ଚେଷ୍ଟା କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ