ETV Bharat / state

ଥାନା ପାଖରେ ପରିବାରକୁ ସଂଘବଦ୍ଧ ଆକ୍ରମଣ, ଏତଲା ପରେବି ପୋଲିସ ଚୁପ - ପରିବାରକୁ ସଂଘବଦ୍ଧ ଆକ୍ରମଣ

ରାମଚନ୍ଦ୍ରପୁର ଥାନାଠାରୁ ମାତ୍ର 59 ମିଟିର ଦୂରରେ ଗୋଟିଏ ପରିବାର ଉପରକୁ ସଂଘବଦ୍ଧ ଆକ୍ରମଣ । ପୂର୍ବରୁ ମଧ୍ୟ ଏପରି ଆକ୍ରମଣ ହୋଇଛି । ଏତଲା ପରେବି ପୋଲିସ ନିରବ । ଅଧିକ ପଢନ୍ତୁ...

ଥାନା ପାଖରେ ପରିବାରକୁ ସଂଘବଦ୍ଧ ଆକ୍ରମଣ
ଥାନା ପାଖରେ ପରିବାରକୁ ସଂଘବଦ୍ଧ ଆକ୍ରମଣ
author img

By

Published : Jun 21, 2020, 3:56 PM IST

ଆନନ୍ଦପୁର: ଜିଲ୍ଲାର ରାମଚନ୍ଦ୍ରପୁର ଗାଁରେ ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ । ଥାନାଠାରୁ ମାତ୍ର 59 ମିଟିର ଦୂରରେ ଘଟିଛି ଏପରି ଘଟଣା । ପୂର୍ବରୁ ମଧ୍ୟ ହୋଇଥିଲା ଏପରି ମରଣାନ୍ତକ ଆକ୍ରମଣ । ହେଲେ ଥନାରେ ଏତଲା ଦେବା ପରେବି ପୋଲିସର ନିରବତା କାରଣରୁ ପୂନର୍ବାର ପରିବାର ସଦସ୍ୟଙ୍କୁ ଢେଲା ପଥରରେ ଆକ୍ରମଣ କରିଛନ୍ତି ଆକ୍ରମଣକାରୀ ।

ଥାନା ପାଖରେ ପରିବାରକୁ ସଂଘବଦ୍ଧ ଆକ୍ରମଣ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରାମଚନ୍ଦ୍ରପୁର ଗାଁର ବେଣୁଧର ବେହେରାଙ୍କୁ ପୂର୍ବ ଶତ୍ରୁତାରୁ ଖଲଣା ଗାଁର ରମେଶ ବେହେରା ଏବଂ ତାଙ୍କର କିଛି ସାଥି ଆସି ଆକ୍ରମଣ କରିଥିଲେ । ଫଳରେ ବେଣୁଧର ଓ ତାଙ୍କ ପରିବାର ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇଥିଲା । ରମେଶ ବେହେରା ବିରୁଦ୍ଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ହେଲେ ଘଟଣାର 5ରୁ 6ଦିନ ବିତିଯିବା ପରେବି ପୋଲିସ କିଛି ପଦକ୍ଷେପ ନନେବାରୁ ସେମାନେ ପୁଣି ଥରେ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଆକ୍ରମଣକାରୀମାନେ ପୁନର୍ବାର ଆସି ଦୋକାନ ଭାଙ୍ଗିବା ସହ ଘରକୁ ଢେଲା ମାଡ଼ କରିବା ଏବଂ ପରିବାର ଲେକଙ୍କୁ ଗାଳିଗୁଲଜ କରିଥିଲେ । ଭୟଭୀତ ଅବସ୍ଥାରେ ପରିବାର ଲୋକେ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି । ଏଣୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ବେଣୁଧର ଓ ତାଙ୍କ ପରିବାର ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.