ETV Bharat / state

ମାସ୍କ ଓ ଖାଦ୍ୟ ବଣ୍ଟନ ସହ ସଚେତନତା କଲା ବିଜୁ ଛାତ୍ର ଜନତା ଦଳ

author img

By

Published : Jun 5, 2021, 10:32 AM IST

ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ କେନ୍ଦୁଝର ତରଫରୁ ଜିଲ୍ଲାର ଝୁମ୍ପୁରା ଠାରେ କୋରୋନା ସଚେତନତା ସହ ମାସ୍କ ଓ ଖାଦ୍ୟ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

ମାସ୍କ ଓ ଖାଦ୍ୟ ବଣ୍ଟନ ସହ ସଚେତନତା କଲେ ବିଜୁ ଛାତ୍ର ଜନତା ଦଳ

କେନ୍ଦୁଝର: ମାସ୍କ ଓ ଖାଦ୍ୟ ବଣ୍ଟନ ସହ ସଚେତନତାର ବାର୍ତ୍ତାଦେଲେ ଯୁବ ଛାତ୍ର ଜନତା ଦଳ । ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ କେନ୍ଦୁଝର ତରଫରୁ ଜିଲ୍ଲାର ଝୁମ୍ପୁରା ଠାରେ କୋରୋନା ସଚେତନତା ସହ ମାସ୍କ ଓ ଖାଦ୍ୟ ବଣ୍ଟନ କରାଯାଇଛି । ଛାତ୍ର ଜନତା ଦଳର କର୍ମୀମାନେ ଗରିବ ଲୋକ, ଅନାଥ ଶିଶୁ ଏବଂ କିଛି ବେସାହାରା ବିଧବା ମହିଳାଙ୍କୁ ମଧ୍ୟ ଶୁଖିଲାଖାଦ୍ୟ ବାଣ୍ଟିଥିଲେ । ଏହା ସହ ସ୍ଥାନୀୟ ବଜାରରେ ସାମାଜିକ ଦୂରତ୍ବ ନେଇ ସଚେତନତା କରିବା ସହ ଭିଡ଼ ଥିବା ସ୍ଥାନରେ ସାଧାରଣ ଲୋକଙ୍କୁ ସଜାଗ କରାଇଥିଲେ କର୍ମୀମାନେ ।

ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଅବିନାଶ ପଟ୍ଟନାୟକଙ୍କ ନେତୃତ୍ବରେ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସହଯୋଗରେ ଶତାଧିକ ଛାତ୍ର ଜନତା ଦଳର କର୍ମୀମାନେ ଏଥିରେ ସାମିଲ ହୋଇଥିଲେ । ତେବେ ଆଗାମୀ ଦିନରେ ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.