ETV Bharat / state

ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଗେଣ୍ଡୁଫୁଲ ଚାଷ

author img

By ETV Bharat Odisha Team

Published : Dec 17, 2023, 9:23 AM IST

Updated : Dec 17, 2023, 10:23 AM IST

Keonjhar Marigold Farming: ଫୁଲ ଚାଷ କରି ଉଦାହାରଣ ସାଜିଲେ ଏସଏଚଜି ମହିଳା । ଏହି ଫୁଲ ଚାଷ କରିବା ପାଇଁ ସହାୟତାର ହାତ ବଢାଇଛି ନାବାର୍ଡ ଓ ଓସ୍କା । ଏହା ପରିବା ଚାଷଠାରୁ ମଧ୍ୟ ଅଧିକ ଲାଭ ଦେଉଛି ବେଲି କହିଛନ୍ତି SHG ସଦସ୍ୟା । ଅଧିକ ପଢ଼ନ୍ତୁ

ଆସିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଗେଣ୍ଡୁଫୁଲ ଚାଷ

କେନ୍ଦୁଝର: ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାରେ ଆଦିବାସୀ ଲୋକଙ୍କ ରୋଜଗାରର ମାଧ୍ୟମ ହେଉଛି ବଣ ପାହାଡ଼ । ସେମାନେ ବଣ ପାହାଡ଼ରୁ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ମହିଳାମାନଙ୍କ ଘରର ଆର୍ଥିକ ବିକାଶ କ୍ଷେତ୍ରରେ ବେଶ ହାତ ସହଭାଗିତା ରହିଥାଏ ।ସମୟ ବଦଳିବା ସହ ମହିଳାମାନେ ମଧ୍ୟ ବେଶ ସ୍ୱାବଲମ୍ବୀ ହେଲେଣି ।ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଏବେ ପାରମ୍ପରିକ ଚାଷବାସ ସହ ଗେଣ୍ତୁଚାଷ ଭଳି ଅନେକ ଅର୍ଥକାରୀ ଚାଷ କରି ଲାଭବାନ ହୋଇପାରିଛନ୍ତି । ବର୍ତ୍ତମାନ ଜିଲ୍ଲାର ଉକୁଚାବେଡ଼ା ଓ ବସନ୍ତପୁର ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ଆରମ୍ଭ କରିଛନ୍ତି ଗେଣ୍ତୁଚାଷ । ପରିବା ଚାଷଠାରୁ ଏଥିରୁ ଅଧିକ ଲାଭ ମିଳିଥାଏ ବୋଲି କହିଛନ୍ତି ଚାଷୀ ।

କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକର ଆଦିବାସୀ ମହିଳାଙ୍କୁ ବେସ ସ୍ୱାବଲବୀ କରିପାରିଛି ଗେଣ୍ତୁଚାଷ ।ଏଥିରେ ଏହି ମହିଳା ମାନଙ୍କୁ ସହଯୋଗର ହାତ ବଢ଼ାଇଛି ନାବାର୍ଡ ଓ ଓସ୍କା । ଉକ୍ତ ଅଞ୍ଚଳର ୧୨ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଓସ୍କା ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା । ଏହାସହ ଗେଣ୍ଡୁ ବିହନ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ବିହନ ନେଇ ଉକୁଚାବେଡା ଓ ବସନ୍ତପୁର ଗ୍ରାମର ଏସଏଚଜି ମହିଳାମାନେ ଦୁଇ ଏକରରୁ ଊର୍ଦ୍ଧ୍ୱ ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ......ଚାକିରି ଛାଡି ଆପଣାଇଲେ ଚାଷ, ଆର୍ମନିର୍ଭରଶୀଳ ହେବା ସହ 5 ପରିବାରକୁ ଦେଲେ ରୋଜଗାର

ତେବେ ଫୁଲ ଚାଷୀ ହୀରା ମହାନ୍ତ କହିଛନ୍ତି,"ନୂତନ ମଲଚିଂ ପ୍ରଣାଳୀରେ ଏହି ଗେଣ୍ଡୁ ଚାଷ ଆରମ୍ଭ କରାଯାଇଛି । ବର୍ତ୍ତମାନ ଏହି ଗେଣ୍ଡୁ ଫୁଲ ବଡ଼ ହେବାରୁ ବିକ୍ରି ଆରମ୍ଭ ହୋଇଛି । ଆମେ ନିଜେ କେନ୍ଦୁଝର ବଜାରରେ ବିକିବା ସହ ବଡବିଲ, ଯୋଡ଼ା, ରାଇରଙ୍ଗପୁର ଆଦି ସ୍ଥାନକୁ ମଧ୍ୟ ଫୁଲ ପଠାଉଛୁ । ୧୨ଟି ଏସଏଚଜି ଗୃପ୍‌ ନେଇ ଏହି ଫୁଲ ଚାଷ କରାଯାଇଛି । ଏହା ପରିବା ଚାଷଠାରୁ ମଧ୍ୟ ଅଧିକ ଲାଭ ଦେଉଛି ।" ଅନ୍ୟପଟେ ଓସ୍କା ସମ୍ପାଦିକା ଧରିତ୍ରୀ ରାଉତ କହିଛନ୍ତି ,"ପ୍ରାୟ ୧୦୦ ଜଣ ମହିଳାକୁ ଏହି ଗେଣ୍ଡୁ ଚାଷ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ସେମାନେ ଏକର ପିଛା ୧ ଲକ୍ଷ ଚଙ୍କା ଲାଭବାନ ହୋଇପାରିବେ ।"

ମହିଳାଙ୍କ ଦ୍ୱାରା ଗଠିତ ମହାଲକ୍ଷ୍ମୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଦ୍ଵାରା ଏହି ଗେଣ୍ଡୁ ଫୁଲକୁ ବିକି ବେଶ ଲାଭବାନ ହେଉଛନ୍ତି ମହିଳା ମାନେ । ନିଜ ଏସଏଚଜିରୁ ୧୦ ହଜାର ଟଙ୍କା ଉଠାଇ ଫୁଲ ବଗିଚା ଆରମ୍ଭ କରିଥିବା ବେଳେ ଏବେ ଫୁଲ ବିକି ୫୦ ହଜାରରୁ ଉର୍ଦ୍ଧ ଟଙ୍କାର ଲାଭବାନ ହୋଇ ସାରିଲେଣି । ଆଗରୁ ପରିବା ଚାଷରୁ ଯେତିକି ଲାଭ କରି ପାରୁନଥିବା ବେଳେ ଏବେ କିନ୍ତୁ ଏହି ଗେଣ୍ଡୁ ଫୁଲ ଚାଷ ବେଶ ଲାଭ ଦେଇ ପାରୁଥିାବା କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated : Dec 17, 2023, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.