ETV Bharat / state

ଅଦିନିଆ ବର୍ଷା କରୁଛି କଲବଲ, ମଣ୍ଡିରେ ଭିଜୁଛି ଶହଶହ ଧାନବସ୍ତା - HEAVY RAINFALL DAMGED PADDY PACKET IN KEONJHAR

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସେବା ସମବାୟ ସମିତିରେ ଥିବା ଧାନମଣ୍ଡି ସମ୍ମୁଖରେ ଖୋଲା ଆକାଶ ତଳେ ପଡିଛି ଶହଶହ ଧାନବସ୍ତା । ସେପଟେ ଟୋକନ ଆସିବା ପରେ ମଧ୍ୟ ଧାନ ବିକ୍ରି ହେଉ ନଥିବାରୁ ଦିନ ରାତି ନିଜ ଧାନକୁ ମଣ୍ଡି ବାହାରେ ଜଗିଛନ୍ତି ଚାଷୀ । ଅଧିକ ପଢନ୍ତୁ...

aa
ମଣ୍ଡିରେ ଭିଜୁଛି ଶହଶହ ଧାନବସ୍ତା
author img

By

Published : Feb 26, 2020, 6:21 PM IST

ଆନନ୍ଦପୁର: ବର୍ଷାରେ ଭିଜୁଛି ଶହ ଶହ ଧାନବସ୍ତା । ଏପରିକି ଧାନ ଗଜା ହେବାକୁ ବସିଲାଣି । ଟୋକନ ଆସିବା ପରେ ମଧ୍ୟ ଧାନ ବିକ୍ରି ହେଉ ନଥିବାରୁ ଦିନ ରାତି ନିଜ ଧାନକୁ ମଣ୍ଡି ବାହାରେ ଜଗୁଛନ୍ତି ଚାଷୀ । ଧାନ କିପରି ବିକ୍ରି ହେବ ସେନେଇ ଚିନ୍ତାରେ ଏବେ ଚାଷୀ ।

ମଣ୍ଡିରେ ଭିଜୁଛି ଶହଶହ ଧାନବସ୍ତା

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସେବା ସମବାୟ ସମିତିରେ ଥିବା ଧାନମଣ୍ଡି ସମ୍ମୁଖରେ ଖୋଲା ଆକାଶ ତଳେ ଗଦା ହୋଇଛି ଧାନବସ୍ତା । ଅଦିନିଆ ମେଘରୁ ଧାନକୁ ରକ୍ଷା କରିବା ପାଇଁ ଚାଷୀମାନେ ବସ୍ତା ଉପରେ ପଲିଥିନ ଘୋଡାଇ ରଖୁଛନ୍ତି । ହେଲେ, କେଉଁଠି ଧାନବସ୍ତା ଭିଜିଗଲାଣି ତ, ଅନ୍ୟ କେଉଁଠି ଧାନବସ୍ତା ଫାଟି ସେଠାରୁ ଧାନ ବାହାରି ନଷ୍ଟ ହେବାକୁ ବସିଲାଣି । ଏପରିସ୍ଥଳେ, ଦିନ ରାତି ନିଜ ଧାନକୁ ଜଗି ରହିଛନ୍ତି ଚାଷୀ । ହେଲେ ଆଜିଯାଏଁ ଚାଷୀଙ୍କ ଧାନ ବିକ୍ରି ହେଉ ନଥିବା ଅଭିଯୋଗ ହୋଇଛି ।

ଡଅଁର ଧାନ ମଣ୍ଡିରେ 7 ଟି ପଞ୍ଚାୟତର 1489 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ । ଚାଷୀଙ୍କଠାରୁ 55 ହଜାର 472 କ୍ବିଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଆଜିଯାଏଁ 959 ଜଣ ଚାଷୀଙ୍କଠାରୁ 52 ହଜାର 727 କ୍ବିଣ୍ଟାଲ ଧାନ କିଣାଯାଇ ପାରିଛି । ଏଯାଏଁ କେବଳ ଡଅଁର ପଞ୍ଚାୟତର 42 ଜଣ ଚାଷୀଙ୍କର 1551 କ୍ବିଣ୍ଟାଲ ଧାନ ମଣ୍ଡି ସମ୍ମୁଖରେ ପଡି ରହିଛି । ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କର ଟୋକନ ଆସି ନଥିବା ବେଳେ, ସେମାନଙ୍କର ଧାନ ଘରେ ପଡି ରହି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.