ETV Bharat / state

ଚର୍ଚ୍ଚାରେ ଗଙ୍ଗାଧର: ପେନସନ ଟଙ୍କାରେ ନିର୍ମାଣ କଲେ ପୋଲ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କାନପୁର ଗାଁ । ଏଠାରେ ଥିବା ପୋଲ ଅସମ୍ପୂର୍ଣ୍ଣ ଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗରୁ ଅବସର ଗ୍ରହଣ କରିବା ପରେ ଗଙ୍ଗାଧର ରାଉତ ନାମକ ଜଣେ ବଦାନ୍ୟ ବ୍ୟକ୍ତି ନିଜ ପେନସନ ଟଙ୍କାରେ ହିଁ ଅସମ୍ପୂର୍ଣ୍ଣ ପୋଲକୁ ପୁରା କରିବାକୁ ପଦକ୍ଷେପ ନେଇଛନ୍ତି ।

author img

By

Published : Jun 5, 2019, 7:56 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 15ବର୍ଷ ଧରି ଅଧପନ୍ତରିଆ ହୋଇ ପଡିରହିଥିଲା ପୋଲ । 3ଟି ପଞ୍ଚାୟତର ଲୋକମାନେ ଯାତାୟତ ପାଇଁ ନାନା ହଇରାଣ ହରକତ ହେଉଥିଲେ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା କେହି ଶୁଣୁନଥିଲେ ଏହି ପଞ୍ଚାୟତବାସୀଙ୍କ ଦୁଃଖ । ହେଲେ ଦୁଃଖ ବୁଝିଥିଲେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଚାକିରୀରୁ ଅବସର ପରେ ପେନସନ ଟଙ୍କାରେ ପୋଲ ସମ୍ପୂର୍ଣ୍ଣ କରିବାକୁ ମନସ୍ଥ କରିଥିଲେ କାନପୁର ଗାଁର ଗଙ୍ଗାଧର । ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କାନପୁର ଗାଁ । ଏଠାକାର ଲୋକଙ୍କ ଦୀର୍ଘ ଦିନର ସ୍ବପ୍ନ ଏବେ ପୁରା ହେବାକୁ ଯାଉଛି । କାରଣ ସାଳନ୍ଦୀ ନଦୀ ଉପରେ ଥିବା ଅସମ୍ପୂର୍ଣ୍ଣ ପୋଲ ଏବେ ପୁରା ହେବ । ତାହା ବି ସରକାରଙ୍କ ସହାୟତାରେ ନୁହେଁ ବରଂ ଗାଁର ଗଙ୍ଗାଧର ରାଉତଙ୍କ ପ୍ରଚେଷ୍ଟାରେ । ପ୍ରାଣୀ ଚିକିତ୍ସା ବିଭାଗରୁ ଅବସର ଗ୍ରହଣ କରିବା ପରେ ଗଙ୍ଗାଧର ନିଜ ପେନସନ ଟଙ୍କାରେ ହିଁ ଅସମ୍ପୂର୍ଣ୍ଣ ପୋଲକୁ ପୁରା କରିବାକୁ ପଦକ୍ଷେପ ନେଇଛନ୍ତି ।

ସାଳନ୍ଦୀ ନଦୀର ଅପର ପାର୍ଶ୍ବରେ ଲୋକଙ୍କର ତୋଟା ବାଡି ସହ ଧାନଜମି ଆଦି ରହିଛି । ଏଥିସହ ଏହି ପୋଲ ଦ୍ବାରା ସୋସୋ, ପଢିଆରୀପଲ୍ଲୀ, ବାଲିବରେଇ ପଞ୍ଚାୟତର ଲୋକମାନେ ଉପକୃତ ହେବେ । ସବୁଠାରୁ ବଡ କଥା ହେଲା କିଏ ପେନସନ ଟଙ୍କାରେ ନିଜର ଭବିଷ୍ୟତ କଥା ଚିନ୍ତା କରେ ମାତ୍ର ଗଙ୍ଗାଧରଙ୍କ କ୍ଷେତ୍ରରେ ପୁରା ଓଲଟା । ଗାଁ ଲୋକଙ୍କ ସମସ୍ୟାକୁ ସମାଧାନ କରି ତାଙ୍କ ମୁହଁରେ ହସ ଦେବାକୁ ସେ ନିଜ ପେନସନ ଟଙ୍କାରେ ପୋଲି ନିର୍ମାଣ କରିଛନ୍ତି । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୋଲ ନିର୍ମାଣ କାର୍ଯ୍ୟରେ ନିଜ କଷ୍ଟ ଅର୍ଜିତ ଧନ ବ୍ୟୟ କରିଛନ୍ତି ବୋଲି କହିଛନ୍ତି ଗଙ୍ଗାଧର ଯାହା ଅଞ୍ଚଳବାସୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି ।

ପେନସନ ଟଙ୍କାରେ କାର କିଣିବା ପରିବର୍ତ୍ତେ ଗାଁ ଲୋକଙ୍କ ପାଇଁ ପୋଲ ନିର୍ମାଣ କରି ଚର୍ଚ୍ଚାରେ ଏବେ ଗଙ୍ଗାଧର । 15ବର୍ଷ ପରେ ପୋଲଟି ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଗାଁ ଲୋକେ ବି ବହୁତ ଖୁସି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

ଆନନ୍ଦପୁର: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 15ବର୍ଷ ଧରି ଅଧପନ୍ତରିଆ ହୋଇ ପଡିରହିଥିଲା ପୋଲ । 3ଟି ପଞ୍ଚାୟତର ଲୋକମାନେ ଯାତାୟତ ପାଇଁ ନାନା ହଇରାଣ ହରକତ ହେଉଥିଲେ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା କେହି ଶୁଣୁନଥିଲେ ଏହି ପଞ୍ଚାୟତବାସୀଙ୍କ ଦୁଃଖ । ହେଲେ ଦୁଃଖ ବୁଝିଥିଲେ ଜଣେ ଅବସରପ୍ରାପ୍ତ କର୍ମଚାରୀ । ଚାକିରୀରୁ ଅବସର ପରେ ପେନସନ ଟଙ୍କାରେ ପୋଲ ସମ୍ପୂର୍ଣ୍ଣ କରିବାକୁ ମନସ୍ଥ କରିଥିଲେ କାନପୁର ଗାଁର ଗଙ୍ଗାଧର । ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.