ETV Bharat / state

ଚାପୁଡା ମାଡରେ ଚାଲିଗଲା ଜୀବନ !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ଜଣେ ରୋଗୀ ଡାକ୍ତରଖାନା ପରିସରରେ ପରିସ୍ରା କରିବାରୁ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଚାପୁଡ଼ା ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

author img

By

Published : Aug 12, 2019, 3:41 PM IST

Updated : Aug 12, 2019, 3:58 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଚିକିତ୍ସାଧୀନ ଜଣେ ରୋଗୀ ଡାକ୍ତରଖାନା ପରିସରରେ ପରିସ୍ରା କରିବାରୁ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଚାପୁଡ଼ା ମାଡ଼ରେ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର ୬ନଂ ଓ୍ବାର୍ଡର ଗୌତମ ମୁଖୀ ଦୁଇଦିନ ତଳେ ବାତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କୁ ଡାକ୍ତରଖାନାରୁ ଛାଡ଼ ମିଳିବାକୁ ଥିଲା । ହେଲେ ଗୌତମ ଡାକ୍ତରଖାନା ପାଚେରୀ ନିକଟରେ ପରିସ୍ରା କରୁଥିବା ସମୟରେ ମୁଗୁପୁର ଗାଁର ବଳରାମ ଦଳେଇ ନାମକ ଯୁବକ କାହିଁକି ସେଠାରେ ପରିସ୍ରା କରୁଛୁ କହି କାନରେ ଶକ୍ତ ଚାପୁଡା ମାରିଥିଲେ ।

ଫଳରେ ଗୌତମ ସେହିଠାରେ ହିଁ ଟଳି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୌତମଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେପଟେ ଘସିପୁରା ପୋଲିସ ଅଭିଯୁକ୍ତ ବଳରାମ ଦଳେଇକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର:-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଚିକିତ୍ସାଧୀନ ଜଣେ ରୋଗୀ ଡାକ୍ତରଖାନା ପରିସର ରେ ପରିସ୍ରା କରିବାରୁ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଚାପୁଡ଼ା ମାଡ଼ରେ ରୋଗୀଙ୍କର ମୃତ୍ୟୁ ଘଟିଛି ସୂଚନା ଅନୁଯାୟୀ, ଆନନ୍ଦପୁର ୬ନଂ ଓ୍ବାଡ ର ଗୌତମ ମୁଖୀ ଦୁଇଦିନ ତଳେ ବାତରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କୁ ଡାକ୍ତରଖାନା ରୁ ଛାଡ଼ ମିଳିବାକୁ ଥିଲା ।ହେଲେ ସଂନ୍ଧ୍ଯାରେ ଗୌତମ ଡାକ୍ତର ଖାନା ପାଚେରୀ ନିକଟରେ ପରିସ୍ରା କରୁଥିବା ସମୟରେ ମୁଗୁପୁର ଗାଁର ବଳରାମ ଦଳେଇ ନାମକ ଯୁବକ କାହିଁକି ସେଠାରେ ପରିସ୍ରାକରୁଛୁ କହି କାନରେ ଶକ୍ତ ଚାପୁଡା ମାରିଥିଲେ । ଫଳରେ ଗୌତମ ସେହିଠାରେ ଟଳି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ଗୌତମ କଂର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେପଟେ ଘସିପୁରା ପୋଲିସ ଅଭିଯୁକ୍ତ ବଳରାମ ଦଳେଇକୁ ଅଟକ ରଖି ତଦନ୍ତ ଜାରି ରଖିଛି ।Body:XConclusion:X
Last Updated : Aug 12, 2019, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.