ETV Bharat / state

ହାତୀ ଭୟରେ ଗଛରେ ପିଟି ହୋଇ ବାଇକ ଚାଳକ ମୃତ

ବଣୁଆ ହାତୀମାନଙ୍କ ସହ ସାମ୍ନାସାମ୍ନି ହେଲେ ବାଇକ ଆରୋହୀ । ଭୟରେ ବାଇକ ଛାଡି ଦୌଡିବା ସମୟରେ ଗଛରେ ପିଟି ହୋଇ ମୃତ ନଟବର ଦାସ ।

author img

By

Published : Sep 1, 2019, 10:14 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା

କେନ୍ଦୁଝର : ହାତୀ ଭୟ ଯୋଗୁଁ ଗଛରେ ବାଇକ ପିଟି ଚାଳକ ମୃତ । ଗତକାଲି ବିଳମ୍ବିତ ରାତ୍ରିରେ ବଣୁଆ ହାତୀମାନଙ୍କ ସହ ସାମ୍ନାସାମ୍ନି ହେବା ଫଳରେ ଭୟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ମୋଟର ସାଇକେଲ ଚାଳକ । ଘଟଣାସ୍ଥଳରେ ମୋଟର ସାଇକେଲ ଚାଳକ ପ୍ରାଣ ହରାଇଛନ୍ତି ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ରେଞ୍ଜର ପୋଟଳ ଗାଁର ନଟବର ଦାଶ ମୋଟର ସାଇକେଲରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟ ଜଙ୍ଗଲରେ ଏକ ବଣୁଆ ହାତୀପୋଲ ସହ ସାମ୍ନାସାମ୍ନି ହୋଇଯାଇଥିଲେ । ଫଳରେ ନଟବର ଭୟରେ ଏକ ଗଛରେ ପିଟି ହୋଇଯାଇଥିଲେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିଛି ସମୟ ପରେ ଗାଁ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ଗାଁରେ ନଟବର ମୃତ୍ୟୁକୁ ନେଇ ବେଶ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଓ ଗାଁ ପାଖରେ ବଣୁଆ ହାତୀ ପଲ ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ

Intro:ସ୍ଲଗ- ହାତୀ ଭୟରେ ଗଛରେ କୁଟି ହୋଇ ବାଇକ ଆରୋହି ମୃତBody:ଆଙ୍କର-କେନ୍ଦୁଝର ରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀ ଙ୍କ ସହ ସମାନା ସମାନି ହେବା ଫଳରେ ଭୟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ମୋଟର ସାଇକେଲ । ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହି ମୃତ । ଗାଁ ଲୋକ ଙ୍କ ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସଦର ରେଞ୍ଜ ର ପୋଟଳ ଗାଁ ର ନଟବର ଦାଶ ମୋଟର ସାଇକେଲରେ ନିଜ ଘରକୁ ଯାଉଥିଲେ। ଏହି ସମୟରେ ଗାଁ ନିକଟ ଜଙ୍ଗଲ ରେ ନ ଟିକିଆ ଏକ ବଣୁଆ ହାତୀ ପାଲ ଙ୍କ ସହ ସାମନା ସମାନି ହୋଇଯାଇଥିଲେ । ଫଳରେ ନଟବର ଭୟ ରେ ଜୋର ରେ ପଳାଇବାକୁ ଚେଷ୍ଟା କରିବା ବେଳେ ଏକ ଗଛରେ ପିଟିହୋଇ ଯାଇଥିଲେ ଓ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । କିଛି ସମୟପରେ ଗାଁ ଲୋକେ ତାଙ୍କୁ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଗାଁ ରେ ମୃତ୍ୟୁ କୁ ନେଇ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ଓ ଗାଁ ପାଖରେ ବଣୁଆ ହାତୀ ପଲ ଥିବାରୁ ଲୋକେ ଭୟବିତ ହୋଇପଡିଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.