ETV Bharat / state

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ରାୟ ଶୁଣାଇଲେ କୋର୍ଟ

author img

By ETV Bharat Odisha Team

Published : Nov 16, 2023, 8:35 PM IST

କେନ୍ଦୁଝରରେ ପଡ଼ୋଶୀକୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଅଧିକ ପଢନ୍ତୁ

life imprisonment
life imprisonment

କେନ୍ଦୁଝର: ପଡ଼ୋଶୀଙ୍କୁ ହତ୍ୟା କରିବା ଅଭିଯୋଗରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଆଜି ଏହି ରାୟ ଶୁଣାଇଛନ୍ତି । ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମମିତା ଦାସ ଅଭିଯୁକ୍ତ ବସନ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି ।

ସୂଚନା ଅନୁସାରେ ପାଟଣା ଥାନା କରଞ୍ଜିଆପଡା ଗ୍ରାମର ବସନ୍ତ ଦେହୁରୀ (୪୫) ୨୨ ଅଗଷ୍ଟ ୨୦୨୦ ସନ୍ଧ୍ୟାରେ ପଡୋଶୀ ଗୋବିନ୍ଦ ପରିଡାକୁ ଘରୁ ଡାକି ନେଇଥିଲେ । ଗୋବିନ୍ଦ ସେହିଦିନ ରାତି ଘରକୁ ଫେରିନଥିବା ବେଳେ ତହିଁ ପରଦିନ ସକାଳେ ଗ୍ରାମର ରାସ୍ତା ପାର୍ଶ୍ବ ଏକ ପୋଖରୀ ନିକଟରେ ଗୋବିନ୍ଦର ମରଶରୀର କ୍ଷତବିକ୍ଷତ ଅବସ୍ଥାରେ ପଡିଥିଲା । ଖବର ପାଇ ମୃତ ଗୋବିନ୍ଦର ବଡଭାଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ବସନ୍ତ ଦେହୁରୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିବା ଜଣାପଡିଥିଲା ।

ଏହା ବି ପଢନ୍ତୁ- ଆମ୍ବଗଡ ହତ୍ୟା ଘଟଣା, ଆଠ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ପୋଲିସ ଅଭିଯୁକ୍ତ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମମିତା ଦାସ ଅଭିଯୁକ୍ତ ବସନ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ । ସୂଚନା ଥାଉ କି ବ୍ରହ୍ମପୁର ସହରର ସଦର ଥାନା ଅଞ୍ଚଳରେ ଆମ୍ୱଗଡ ଗ୍ରାମରେ ଗତ ୨୦୧୭ ମସିହାରେ ଘଟିଯାଇଥିବା ଏକ ହତ୍ୟା ଘଟଣାରେ ସଂପୃକ୍ତ ରହିଥିବା ଗ୍ରାମର ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଥିଲେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ-୧ ।

ବ୍ରହ୍ମପୁର ସହର ଉପକଣ୍ଠ ଆମ୍ୱଗଡ ଗ୍ରାମରେ ଗତ ୨୦୧୭ ମସିହା ଅଗଷ୍ଟ ମାସରେ ଉକ୍ତ ଗ୍ରାମର ଏମ୍. ବୁଡୁ ପାତ୍ରଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଅନ୍ୟ ବ୍ୟକ୍ତି ବିଶେଷମାନେ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଏଥିରେ ବୁଡୁ ପାତ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ବୁଡୁଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ କେଉଁ କାରଣରୁ ଏବଂ କେଉଁମାନେ ତାଙ୍କୁ ଏପରି ଆକ୍ରମଣ କରିଥିଲେ ସେନେଇ ବୁଡୁ ଚିକିତ୍ସାଧିନ ଅବସ୍ଥାରେ ନିଜ ପତ୍ନୀଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବୁଡୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.