ETV Bharat / state

ସଙ୍ଗରୋଧ ଲୋକଙ୍କୁ ଦିଆଯାଉଛି ଆହାର ଖାଦ୍ୟ, ବାହାରୁଛି ପୋକ - କେନ୍ଦୁଝର ନ୍ୟୁଜ

ସଙ୍ଗରୋଧରେ ରହୁଥିବା ଅନ୍ତେବାସୀ ମାନଙ୍କୁ କ'ଣ ଖାଇବାକୁ ଦିଆଯିବ ଏନେଇ ସରକାରଙ୍କ ତରଫରୁ ଏକ ଚିଠା ପ୍ରସ୍ତୁତ କରାଯାଇଛି । ଯାହା ଦିନକୁ ମୁଣ୍ଡପିଛା 120ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ, ଯୋଡା ପୌରପାଳିକା ଅନ୍ତେବାସୀଙ୍କୁ ଆହାର କେନ୍ଦ୍ରରୁ 5ଟଙ୍କିଆ ଭାତ, ଡାଲମା ଆଣି ଦେଉଥିବା ଅଭିଯୋଗ ହୋଇଛି ।

ସଙ୍ଗରୋଧ ଲୋକଙ୍କୁ ଦିଆଯାଉଛି ଆହାର ଖାଦ୍ୟ, ବାହାରୁଛି ପୋକ

author img

By

Published : May 16, 2020, 1:09 PM IST

କେନ୍ଦୁଝର: ଆଜି ସମଗ୍ର ବିଶ୍ବ କୋରୋନା କବଳରେ । ତେବେ କୋରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଗୁଡିଏ ଜନମଙ୍ଗଳ ଯୋଜନାମାନ ପ୍ରଚଳିତ କରିଛନ୍ତି । ରାଜ୍ୟ ବାହାରୁ କିମ୍ବା ରେଡ୍‌ ଜୋନ୍‌ , ଅରେଞ୍ଜ ଜୋନ୍‌ରୁ ଆସୁଥିବା ପ୍ରବାସୀଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପୌରପାଳିକା ଏବଂ ପଞ୍ଚାୟତମାନଙ୍କରେ ସଙ୍ଗରୋଧ କକ୍ଷ ସ୍ଥାପନ କରାଯାଇଛି ।

ସଙ୍ଗରୋଧ ଲୋକଙ୍କୁ ଦିଆଯାଉଛି ଆହାର ଖାଦ୍ୟ, ବାହାରୁଛି ପୋକ

ସେହିଭଳି ଯୋଡା ପୌରପାଳିକା ଅଧୀନରେ ଅନେକ ଗୁଡିଏ ସଙ୍ଗରୋଧ କକ୍ଷ କରାଯାଇଛି । ସଙ୍ଗରୋଧରେ ରହୁଥିବା ଅନ୍ତେବାସୀ ମାନଙ୍କୁ କ'ଣ ଖାଇବାକୁ ଦିଆଯିବ ତାହା ମଧ୍ୟ ସରକାରଙ୍କ ତରଫରୁ ଏକ ଚିଠା ପ୍ରସ୍ତୁତ କରାଯାଇଛି । ଯାହା ଦିନକୁ ମୁଣ୍ଡପିଛା 120ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ, ଯୋଡା ପୌରପାଳିକା ଅନ୍ତେବାସୀଙ୍କୁ ଆହାର କେନ୍ଦ୍ରରୁ 5ଟଙ୍କିଆ ଭାତ, ଡାଲମା ଆଣି ଦେଉଥିବା ଅଭିଯୋଗ ହୋଇଛି । ଏହି ଖାଦ୍ୟ ଅତ୍ୟନ୍ତ ନିମ୍ନ ମାନର ଓ ଦିଆଯାଇଥିବା ଖାଦ୍ୟରୁ ପୋକ ବାହାରିଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି । ତେବେ ପୌରପାଳିକାର ଏଭଳି କାର୍ଯ୍ୟ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.