ETV Bharat / state

କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ - Election

ପାଖେଇ ଆସିଲାଣି ସାଧାରଣ ନିର୍ଵାଚନ । ଏହାସହ ଚଳିତ ନିର୍ଵାଚନରେ କେନ୍ଦୁଝର ସଦର ବିଧାନସଭା କ୍ଷେତ୍ର ପାଇଁ ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
author img

By

Published : Mar 30, 2019, 6:36 PM IST

କେନ୍ଦୁଝର: ପାଖେଇ ଆସିଲାଣି ସାଧାରଣ ନିର୍ଵାଚନ । ସବୁଦଳ ନିଜ ନିଜ ବିଧାନସଭାରୁ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ପ୍ରାୟତଃ ଘୋଷଣା କରିସାରିଲେଣି । ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ଆଗୁଆ ଥିବାବେଳେ ପଛକୁ ବିଜେଡି ଓ କଂଗ୍ରେସ ରହିଛନ୍ତି । ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବାପାଇଁ ବହୁ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ଚଳିତ ନିର୍ଵାଚନରେ କେନ୍ଦୁଝର ସଦର ବିଧାନସଭା କ୍ଷେତ୍ର ପାଇଁ ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାଯାଉଛି । ରାଜ୍ୟରେ ଶାସିତ ବିଜେଡି ଦଳ ପୂର୍ବତନ କଂଗ୍ରେସ ସାଂସଦକୁ ସଦର ନିର୍ଵାଚନ ପାଇଁମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଛି । ସେ ସ୍ବଚ୍ଛ ନିର୍ମଳ ଭାବ ମୂର୍ତ୍ତୀ ପାଇଁ ଜଣାଶୁଣା। ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଆଗେଇ ନେବେ ବୋଲି ସେ ଦୃଢ଼ତା ଦେଖାଇଛନ୍ତି । ଏହାସହ ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକୁ ଆହୁରି ତ୍ବରାନିତ କରିବେ ବୋଲି କହିଛନ୍ତି ।

ସେହିପରି କେନ୍ଦ୍ରରେ ଶାସିତ ବିଜେପି ପଞ୍ଚମ ଥର ପାଇଁ ମୋହନ ଚରଣ ମାଝୀଙ୍କୁ ନିର୍ଵାଚନୀ ମୈଦାନକୁ ଓହ୍ଲାଇଛି । ସେ ପୂର୍ବରୁ ଦୁଇ ଥର ବିଧାୟକ ଥିବାବେଳେ ଦୁଇ ଥର ନିର୍ଵାଚନରେ ପରାଜିତ ହୋଇଛନ୍ତି । ସେ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଥିବା କହିଛନ୍ତି ।

ଏହାସହ ଆଗାମୀ ଦିନରେ ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟାକୁ ସୁଦୃଢ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ଚଳିତ ନିର୍ଵାଚନରେ ପୂର୍ବଥର ସ୍ବାଧୀନ ଭାବେ ଲଢ଼ିଥିବା ବିଦ୍ୟାଧର ଦେହୁରୀଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଛି ।

ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲୋକଙ୍କୁ ସଜାଗ କରେଇବା ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେ ନିର୍ବାଚନ ଜିତିଲେ ଚାଷୀଙ୍କୁ ତାର ହକ, ବେକାରୀଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବେବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.