ଆନନ୍ଦପୁର: କୋରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟ ସରକାରଙ୍କ ପଷରୁ ସବୁ ପଞ୍ଚାୟତରେ ଗରିବ ଅସହାୟ ପରିବା ଖାଦ୍ୟ ବଣ୍ଟନ ହୋଉଛି । ଏହି କ୍ରମରେ ଶନିବାର କେନ୍ଦୁଝର ଘସିପୁରା ବ୍ଲକ ବରିପାଳ ପଞ୍ଚାୟତରେ ମା ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗେଇଛନ୍ତି ।
କେବଳ ଖାଇବା ନୁହେଁ କୋରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଏହି ଗୋଷ୍ଠୀ ମହିଳା ମିଶି ଲୋକଙ୍କୁ ସଚେତନ କରାଇଛନ୍ତି ।
ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଦେଇଛି କୋରୋନା । ଏଥିପାଇଁ ଦେଶବ୍ୟାପି ଲକଡାଉନ ଜାରି ରହିଛି । କାମଧନ୍ଦା ବନ୍ଦ ରହିଥିବାରୁ ଗରିବ ଅସହାୟ ପରିବାରକୁ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାରଙ୍କ ସୂତ୍ର ସାଜି ସ୍ବଂୟ ସହାୟକ ଗୋଷ୍ଠୀମାନେ ଅଣ୍ଟା ଭିଡିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ