ETV Bharat / state

ବଜ୍ରପାତ ନେଲା 4 ବର୍ଷ ଶିଶୁର ଜୀବନ

ଆନନ୍ଦପୁର ଥାନା ମୁଗୁପୁର ଗାଁର ସତ୍ୟ ଜେନାଙ୍କ ୪ ବର୍ଷର ପୁଅ ସୁବ୍ରତ ଘର ବାରଣ୍ଡାରେ ଖେଳୁଥିଲା। ବଜ୍ରାଘାତ ଲାଗିବାରୁ ଶିଶୁଟି ସେହିଠାରେ ଟଳିପଡିଥିଲା ।

lightning-death-in-anandapur
ବଜ୍ରପାତ ନେଲା 4 ବର୍ଷ ଶିଶୁର ଜୀବନ
author img

By

Published : Jul 21, 2020, 5:37 AM IST

ଆନନ୍ଦପୁର: ସୋମବାର ସନ୍ଧ୍ୟାରେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ଜଣେ ୪ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ସେହିପରି ଅନ୍ୟଜଣେ ଯୁବତୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପାଖାପଖି ସନ୍ଧ୍ୟା ୫ଟାରେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ତୁହାକୁତୁହା ବଜ୍ରପାତ ହୋଇଥିଲା ।

ଏହି ସମୟରେ ଆନନ୍ଦପୁର ଥାନା ମୁଗୁପୁର ଗାଁର ସତ୍ୟ ଜେନାଙ୍କ ୪ ବର୍ଷର ପୁଅ ସୁବ୍ରତ ଘର ବାରଣ୍ଡାରେ ଖେଳୁଥିଲା। ବଜ୍ରାଘାତ ଲାଗିବାରୁ ଶିଶୁଟି ସେହିଠାରେ ଟଳିପଡିଥିଲା । ପରିବାର ଲୋକେ ତାକୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ବିରିଡିହା ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ରିତାରାଣୀ ବଜ୍ରପାତ ସମୟରେ ଘର କବାଟ ନିକଟରେ ବସି ଖାଉଥିଲେ। କବାଟ ଖୋଲାଥିବା ଯୋଗୁ ବଜ୍ରାଘାତରେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆନନ୍ଦପୁରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.